STORYMIRROR

ତାରାପ୍ରସାଦ ଜେନା

Tragedy

3  

ତାରାପ୍ରସାଦ ଜେନା

Tragedy

ସିନିହର ଛାଇ ପାଖ ମାଡ଼ିବନି ଚାଲିଗଲ ତୁମେ ଦୂରେ

ସିନିହର ଛାଇ ପାଖ ମାଡ଼ିବନି ଚାଲିଗଲ ତୁମେ ଦୂରେ

1 min
19


ସିନିହର ଛାଇ ପାଖ ମାଡ଼ିବନି

ଚାଲିଗଲ ତୁମେ ଦୂରେ

ଲୁହ ଭିଜା ଏଇ ଆଖି ଦୁଇ ସିନା

ଅତୀତକୁ ଖାଲି ଝୁରେ 

..........ସିନିହର ଛାଇ ପାଖ ମାଡ଼ିବନି

          ଚାଲିଗଲ ତୁମେ ଦୂରେ ! ୦ !


କେତେ ଭଲ ଥିଲା ସହଜରେ ମିଶି

ବାରଆଡ଼ ବାର କଥା

ଆଜି ସେଇ କଥା ଛିଣ୍ଡା ଖିଅ ଯୋଡ଼ି

ଲାଗେ ଭାରି ମନେ ବ୍ୟଥା,

ଯିବା ଯଦି ତୁମ ଇଛା ରହିଥିଲା

ସାଥୀ ହେଲ କିଆଁ ବାରେ

..........ସିନିହର ଛାଇ ପାଖ ମାଡ଼ିବନି

          ଚାଲିଗଲ ତୁମେ ଦୂରେ ! ୧ !


ବୁଲିବାଟା ତୁମ ସଉକଟା ବୋଧେ

ମନ ଘରଯାକ ବୁଲି

ମିଛ ମାୟା କେତେ ଯୋଡ଼ିଦେଇ ସତେ

ଏମିତିକା ଗଲ ଭୁଲି,

ଭଲ ଅଛି ବୋଲି କହିଦିଅ ଏବେ

ପଦୁଟିଏ ସତ ବାରେ

..........ସିନିହର ଛାଇ ପାଖ ମାଡ଼ିବନି

          ଚାଲିଗଲ ତୁମେ ଦୂରେ ! ୨ !




Rate this content
Log in

Similar oriya poem from Tragedy