STORYMIRROR

Biswanath Nayak

Abstract Others

4  

Biswanath Nayak

Abstract Others

ସିଂହାସନ

ସିଂହାସନ

1 min
125


ହେଉ ଅବା ଇତିହାସ

ହେଉ ଅବା ପୁରାଣର ପୃଷ୍ଠା,

ଅତୀତ ବା ଭବିଷ୍ୟତ

ଅବା ବର୍ତ୍ତମାନ। 

ମୁଁ ରହିଛି ରହିଥିବି

ମୁଁ ଅଟେ ରାଜସିଂହାସନ। 

ମୋ ପାଇଁ ପଶାଖେଳ

ଆଉ ବନବାସ। 

ମୋ ପାଇଁ ଯୁଦ୍ଧର ତାଣ୍ଡବ

ଆଉ ରକ୍ତପାତ କରି

କେତେ ଆଉରଙ୍ଗଜେବ

ଲେଖିଛନ୍ତି ନିଜ ଇତିହାସ। 

ଯିଏବା କରିଛି ଚେଷ୍ଟା

ପାଇବାକୁ ମୋତେ,

ନିଜ ସ୍ଵାର୍ଥପାଇଁ ଅବା

ରକତରେ ହୋଲିଖେଳ ଖେଳି;

କ୍ଷମା ପାଇନାହିଁ ସିଏ 

ସମୟ ଯୂପକାଠରେ

ପଡିଅଛି ବଳି। 

ମୋ ଆଦର୍ଶ ଅଟେ ସେବା 

ଆଉ ସମାନତା,

 ନିରପେକ୍ଷ ନୀତି ଆଉ

ନିସ୍ଵାର୍ଥପରତା। 

ଯେବେ ମୋର ଆଦର୍ଶର

ହୁଏ ଅପମାନ,

ତାହା ଅଟେ ସ୍ଵେଚ୍ଛାଚାର,

ଏକଛତ୍ରବାଦର ଶାସନ। 

ହେଉ ଋଷିଆ ବିପ୍ଳବ

ହେଉ ଅବା ଫରାସୀ ବିପ୍ଳବ;

ଏସବୁ ମୋ ଆଦର୍ଶର

ଉପେକ୍ଷାର ଫଳ। 

ଶାସକ ବଦଳିପାରେ

ବଦଳେନା ମୋ ଆଦର୍ଶ,

 ମୋ ଶାସନକଳ। 

ତେଣୁ କରିବା ପୂର୍ବରୁ 

ମୋତେ ଆରୋହଣ,

ନିଜକୁ ନିଜେ ପଚାର

କରିପାରିବକି ତୁମେ

ମୋ ଆଦର୍ଶ ରକ୍ଷା?

ମୋତେ ଆରୋହଣ କରି

କର ନାହିଁ ମୋ ଆଦର୍ଶ

 ନୀତିକୁ ଉପେକ୍ଷା। 

ମୁଁ ସିଂହାସନ ,ସଦା

କରେ ମୋର ଆଦର୍ଶକୁ ରକ୍ଷା। 

ଉଲ୍ଲଂଘନ କଲେ ତାହା

କ୍ଷମା ପାଇବନି କେବେ,

ତୁମକୁ ଦଣ୍ଡ ଦେବାକୁ

ସମୟର କାଠଗଡା

କରିଛି ଅପେକ୍ଷା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract