STORYMIRROR

CHINMAYEE PRADHAN

Abstract Classics Inspirational

3  

CHINMAYEE PRADHAN

Abstract Classics Inspirational

ସୀତାଙ୍କ ଅନ୍ତର୍ବେଦନା

ସୀତାଙ୍କ ଅନ୍ତର୍ବେଦନା

1 min
475

 କୁହ କୌଶଲ୍ୟା ତନୟ, 

କୁହ ତୁମେ କରିଛ କି ନ୍ୟାୟ! 

କୁଳବଧୂ କରିଯେବେ ଆଣିଥିଲ ମୋତେ,

ରାଜ୍ୟରାଣୀ ହେବି ସ୍ବପ୍ନ ଦେଖିଥିଲି ସତେ ! 

କରାଳ ସେ କାଳରାତ୍ରୀ ସବୁ ସାରିଦେଲା,

ରାଜା ହେବା ଲୋକଟି ଯେ ବନବାସ ଗଲା। 

କରିନାହିଁ ପ୍ରତିବାଦ ସବୁଗଲି ସହି,

 ପତ୍ନୀ ଧର୍ମ ପାଳି ପୁଣି ବନ ଗଲି ମୁହିଁ । 

କୁରଙ୍ଗୀକୁ ପ୍ରେରି ସେହି କପଟି ରାବଣ ,

ଭଗ୍ନୀ ପ୍ରତିଶୋଧେ ମୋତେ କରିଲା ହରଣ। 

କଷ୍ଟ କେତେ ସହି ଯେବେ ଉଦ୍ଧାରି ଆଣିଲ,

କଳଙ୍କିନୀ କହି କିଆଁ ବନରେ ଛାଡିଲ ? 

କାହିଁ ଗଲା ସ୍ୱାମୀ ତୁମ ମଣିଷ ପଣିଆ ,

ଗର୍ଭବତୀ ଜାଣି ପୁଣି କଲ ଏକୁଟିଆ ! 

ଲବ କୁଶ ଜନମିଲେ ରୁଷି ଆଶ୍ରମରେ, 

ରାଜା ପୁତ୍ର ବଡ ହେଲେ ବନ ଜଙ୍ଗଲରେ ! 

କି ସୁଖ ପାଇଲି ରାମ ପତି ରୂପେ ବରି,

ଛାଡିଲ ଏକା ମୋତେ କାଙ୍ଗାଳିନୀ କରି। 

କୁହ ମୋତେ ଆହେ ପ୍ରଭୁ ଅଯୋଧ୍ୟା ନରେଶ,

କେମିତି ବୋଲାଅ ତୁମେ ମର୍ଯ୍ୟାଦା ପୁରୁଷ? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract