STORYMIRROR

Kali Kumar

Abstract

2  

Kali Kumar

Abstract

ସୀମାହୀନ ପ୍ରତୀକ୍ଷା

ସୀମାହୀନ ପ୍ରତୀକ୍ଷା

1 min
118

ତୁମ ପାଇଁ ମୁଁ ଗୁହାରୀ କରେ

ଆକାଶର ମିଞ୍ଜିମିଞ୍ଜି ତାରାକୁ,ଉଜ୍ଜ୍ୱଳ ଜହ୍ନକୁ

ରାତିର ଅବକ୍ଷୟପୂର୍ଣ୍ଣ ସରନ୍ତି ବୟସକୁ

ସୂର୍ଯ୍ୟାଲୋକରେ ହାଜିବାକୁ ଥିବା

ଘନକୃଷ୍ଣ ଅନ୍ଧାର ସମୂହକୁ !

ଆଉ କିଛି କ୍ଷଣ ରହି 

ତୁମ ଭାବନା ସହ 

ଟିକିଏ ଅଧିକ ଅନ୍ତରଙ୍ଗ 

ଟିକିଏ ବେଶୀ ଆତ୍ମୀୟ ହେବା ଆଶାରେ


ତୁମ ପ୍ରେମ ପରିକଳ୍ପନାର କଳ୍ପତରୁର ସ୍ନିଗଧ ଛାୟାରେ 

ଅକ୍ଲାନ୍ତ କ୍ଳାନ୍ତିକୁ ଉପଶମ କରାଇବା ଉଦେଶ୍ୟରେ

ଅଯାଚିତ ପ୍ରେମର ସ୍ରୋତରେ ଅନୁର୍ବର ମନ ଉପତ୍ୟକାକୁ

ଆଜୀବନ ପ୍ରଣୟର ପଟୁରେ ଉର୍ବର କରାଇବା ଲକ୍ଷ୍ୟରେ

ମୁଁ ଗୁହାରୀ କରେ

ଆକାଶର ତାରାକୁ, ଜହ୍ନକୁ

ରାତିର ସରନ୍ତି ବୟସକୁ


ନିଃସଙ୍ଗ ନିରାଶ୍ରିତ ପଥଭ୍ରାନ୍ତ ଆବେଗଗୁଡ଼ିକ

ସମୟ ଅସମୟେ ଆଶ୍ରା ଖୋଜନ୍ତି

ଖୋଜି ବୁଲନ୍ତି ସ୍ଥାୟିତ୍ବର ସ୍ଥିରତା

ଖୋଜି ବୁଲନ୍ତି ସମ୍ପର୍କର ଦୃଢ଼ତା 

ଆଉ ସେତେବେଳେ କିଛି ଆବେଗ 

ନିଜ ଘର ଛାଡ଼ି ପ୍ରବାସୀ ହୋଇଯାଆନ୍ତି


ଆବେଗ ସବୁ ହୃଦ ଉପବନ ଛାଡ଼ି ପ୍ରବାସୀ ହେଲେ

ମୁଁ ଗୁହାରୀ କରେ

ଆକାଶର ମିଞ୍ଜିମିଞ୍ଜି ତାରାକୁ, ଉଜ୍ଜ୍ୱଳ ଜହ୍ନକୁ

ରାତିର ଅବକ୍ଷୟପୂର୍ଣ୍ଣ ସରନ୍ତି ବୟସକୁ,

ସେମାନେ କିନ୍ତୁ ମୋ ଗୁହାରୀକୁ

ବେଖାତର କରି ଚାଲି ଯାଆନ୍ତି

ଯିଏ ଯାହାର ଫେରିବା ବାଟରେ,

ଠିକ୍ ! ତୁମ ପରି........ .

ଆଉ ରହିଯାଏ ସୀମାହୀନ ପ୍ରତୀକ୍ଷା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract