ସିଦ୍ଧାନ୍ତ ଦର୍ପଣ
ସିଦ୍ଧାନ୍ତ ଦର୍ପଣ
ନେଲ ଜନ୍ମ ତୁମେ ପବିତ୍ର ଭାରତେ
ସ୍ମୃତି ଗୁଞ୍ଜେ ଆଜି ଜାଣ
ପଠାଣି ସାମନ୍ତ ସିଦ୍ଧାନ୍ତ ଦର୍ପଣ
କଲହେ ତୁମେ ନିର୍ମାଣ
ନିର୍ଭୁଲ ତୁମ ଗଣନା
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ବାସ୍ତବିକ ସ୍ଥିତି
ଅବସ୍ଥିତର ବର୍ଣ୍ଣନା !!
ସାମନ୍ତ ପଞ୍ଜିକା ଗ୍ରହ ଓ ନକ୍ଷତ୍ର
ସଠିକ୍ ଗଣନା ତହିଁ
ଜ୍ଞନ ରାଶିଫଳ ଆଦି ଫଳାଫଳ
ସିଦ୍ଧାନ୍ତ ଦର୍ପଣ ଯହିଁ
ଜ୍ୟୋତିଷ ଶାସ୍ତ୍ର ଟି ଏହୁ
ତୁମେ ପାରଙ୍ଗମ ପଠାଣି ସାମନ୍ତ
ସ୍ମୃତି ଗୁଞ୍ଜେ ତୁମ ବହୁ !!
ତୁମରି ନାମ ହେ ଚନ୍ଦ୍ରଶେଖର ଯେ
ତୁମ ଶ୍ରୀକ୍ଷେତ୍ରରେ ଜନ୍ମ
ଉତ୍କଳ ଭୂମିର ଜ୍ଞାନୀ ଜ୍ୟୋତିର୍ବିଦ
ହୁଏ ତୋ ନାମ ସ୍ମରଣ
ସିଦ୍ଧାନ୍ତ ଦର୍ପଣ ଜ୍ଞାନ
ଜାଣିଲା ମନୁଷ୍ୟ ଅମୂଲ୍ୟ ବିଜ୍ଞାନ
ପଞ୍ଜିକା ହେଲା ନିର୍ମାଣ !!
