STORYMIRROR

Anirudha Kund

Abstract Classics

3  

Anirudha Kund

Abstract Classics

ସିଦ୍ଧ ବଳଦେବ

ସିଦ୍ଧ ବଳଦେବ

1 min
80


ରୋହିଣୀ ଗରଭୁ ଜନମିଲ ପ୍ରଭୁ

    ଗୋମାତା ମାତା ତୁମର

ଗହ୍ମା ପୁନେଇଁ ରେ ଗୋମାତା ପୂଜନ

   ତୁମପାଇଁ ହଳଧର


ହଳାୟୁଧ ବଳେ ବଳିୟାର ଭୁଜ

  ତୁଳସୀ କ୍ଷେତ୍ରାଧୀଶ୍ଵର

ଧବଳ ଶ୍ରୀମୁଖ  ଅନନ୍ତ ଯେ ରୂପ

   ଦେବ ଦେବ ନୀଳାମ୍ବର


ପ୍ରଭୁ ହଳପାଣି  ଶିରେ ସପ୍ତଫେଣି

    ବଳେ ବଳିବ ବା କିଏ

ବଳିଷ୍ଠ ବାହୁରେ ବଳଭଦ୍ର ରୂପେ

   ଜଗା ସଥେ ସାଥେ ଥାଏ


ବଳଦେବ ଜୀଉ ବଡ ତ ଠାକୁର

    ରେବତୀ ରମଣ ସିଏ।

 ସିଦ୍ଧ ବଳଦେବ କେନ୍ଦ୍ରାପଡା ଗର୍ବ 

    ରସାବଳି ଭୋଗ ଖାଏ


ତୁଳସୀ କ୍ଷେତ୍ରରେ ତୁଳସୀ ମାଳକୁ

    ଗଳାରେ ପକାଇ ଥାଏ

ତାହାର ତୁଳସୀ ତୁଣ୍ତରେ ମାରିଲେ

    ଆତ୍ମା ମୁକ୍ତି ପାଇଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract