STORYMIRROR

Bijoy Jena

Classics Inspirational Others

4  

Bijoy Jena

Classics Inspirational Others

ଶ୍ୟାସୁନ୍ଦରଙ୍କ ଲୀଳା

ଶ୍ୟାସୁନ୍ଦରଙ୍କ ଲୀଳା

1 min
499


ଶ୍ୟାମସୁନ୍ଦରଙ୍କ   ଲୀଳା ଅପାରକୁ

     ନକରି ହୁଏ ବର୍ଣ୍ଣନା

ମଧୁର ଗମନ    ମଧୁର କଥନ

   ମଧୁର ବଂଶୀ ମୂର୍ଚ୍ଛନା।


ବୃନ୍ଦାବନ ପ୍ରତି    ଗଳି କନ୍ଦି ମଧ୍ୟେ

    ତାଙ୍କ ଛବି ପ୍ରତିଛବି

ବାଳଗୋପାଳର  ଗୋପିକା ଗହଣେ

     ରାସଲୀଳା ମହାକୃତି।


ପୁର୍ଣ୍ଣମୀ ଚନ୍ଦ୍ରର   ଜୋଛନାରେ ପୂର୍ଣ୍ଣ

     ଯମୁନାର ଜଳରାଶି

କଦମ୍ବ ମୂଳରେ   କଳାକୃଷ୍ଣ ଛପି

    ସଭିଙ୍କୁ କରେ ଆକର୍ଷି।


ସେହି ରାସ ଲୀଳା ଦେଖିବା ପାଇଁକି

    ଶିବ ହୋଇଗଲେ ବାଇ

ଗୋପିକା ବେଶରେ ନୃତ୍ୟ କରିବାରେ

   ରାସରେ ମଥା ନୁଆଁଇ।


କିସୁନ୍ଦର ଦିଶେ   ବାଳକ ଶ୍ରୀକୃଷ୍ଣ

    ମୟୁର ଟୀକା ମଧୁର

ପ୍ରେମ ମାଧୁର୍ଯ୍ୟରେ ଗୋପିକା ଭୁଲନ୍ତି

     ନିଜ ନିଜର ସଂସାର ।


ଶିଷ୍ଟତା ମଧୁର    ଚାହାଣି ମଧୁର

    ମଧୁରତ କଣ୍ଠସ୍ୱର

ଯମୁନା ମଧୁର   ଲହରୀ ମଧୁର

     କମଳ ଅଟେ ମଧୁର ।


ମଧୁରତା ପୂର୍ଣ୍ଣ   ହେ ରାଧା ମାଧବ

      ପୂର୍ଣ୍ଣକର ମନୋବାଞ୍ଛା

ସ୍ମୃତିରେ ମୋହର   ରହିଥାଉ ତୁମ

    ଦିବ୍ୟ ରାସଲୀଳା ବାର୍ତ୍ତା।


ସେ ବାର୍ତ୍ତା ହୋଇବ  ସବୁରି ପସନ୍ଦ

    ମହାମିଳନର କଥା

ଆତ୍ମା ସାଥେ ମିଶି  ପରମାତ୍ମା ତୁମେ

     ହରିବ ସବୁରି ବ୍ୟଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics