STORYMIRROR

Kali Kumar

Abstract Others

3  

Kali Kumar

Abstract Others

ଶୂନ୍ୟତାର ସାନ୍ଦ୍ରତା

ଶୂନ୍ୟତାର ସାନ୍ଦ୍ରତା

1 min
374


ନିର୍ଜନ ରାତିଟି ଯେବେ ଶୁନ୍ ଶାନ୍ ହୋଇଯାଏ

ଜନଶୂନ୍ୟ ବେଳାଭୂମିଟି ଯେବେ ଥକିପଡ଼ି ବସିଯାଏ

ଅସ୍ଥିର ବୃକ୍ଷରାଜି ଯେବେ ସ୍ଥିରତା କୋଳେ ଶୋଇଯାଏ

ସେତେବେଳେ, ଭଗ୍ନ ଶିଳାର ପାଷାଣତା ଭେଦି

ନିର୍ଜନ ନୀରବତାର ବହଳେ (ସାନ୍ଦ୍ରତା)

ଚନ୍ଦ୍ରଭାଗାର କ୍ଲାନ୍ତ ପ୍ରାନ୍ତର କୂଳେ,

କେହି ଜଣେ ତୁନି ତୁନି କହିଯାଏ

ତା' ମହତ ପଣିଆର ଅବିସ୍ମରଣୀୟ କଥା

ତା' କୋମଳ ହୃଦୟର ଅପ୍ରସ୍ଫୁଟିତ ବ୍ୟଥା ।୧।


ବନ୍ଧୁର ଶିଳାର ସୁପ୍ତ ଚିତ୍ରପଟ୍ଟ, ଜୀବନ୍ୟାସ ପାଇଯାଏ

ଶୂନ୍ୟ ସାନ୍ଦ୍ରତାରେ ନିଜ ଦୋଷତ୍ରୁଟି, ସୁଧାରି ନିଏ

ଧାବମାନ ଅଶ୍ୱର ଲଗାମ ଟାଣି, ରଥକୁ ରୋକିଦିଏ

ନିଃସଙ୍ଗ ନୀରବତାର ବହଳେ (ସାନ୍ଦ୍ରତା)

ଚନ୍ଦ୍ରଭାଗାର କ୍ଲାନ୍ତ ପ୍ରାନ୍ତର କୂଳେ ।୨।


ଆକାଶର ସେହି କଳା ପ୍ରସ୍ତର ଛାତିରେ

ଅସଂଖ୍ୟ ତାରା ଗୋଟି ଯେବେ ଫୁଟେ

ନିସ୍ତେଜ ପାଷାଣ ଦେହରେ ଅତି ନିର୍ମମେ 

ହାତୁଡ଼ି ନିହାଣ କେହି ଜଣେ ଲାଗେ, ପିଟେ ।୩।


କ୍ଷୁଣ୍ଣ କୀର୍ତ୍ତିର ଭଗ୍ନାଂବଶେଷେ, ନିଜ ଜାତି କୁଟୁମ୍ବର

ଗୌରବ ଗାରିମାକୁ ପୁନଃ ପୁନଃ ଯେତେ ଦେଖେ

ଶୂନ୍ୟତାର ଘନିଷ୍ଠତାରେ,

ଦୁଃଖ ଯନ୍ତ୍ରଣାର ହତୋତ୍ସାହକୁ,

         ନିଜ ମୁହେଁ ପୁଣି ମାଖେ ।୪।


ଉଷା ଯେବେ ଉଠି ଅଳସ ନିଦରୁ 

ରକ୍ତିମ ଆଭା ପୂର୍ବାକାଶେ ବୋଳେ

ରଜନୀର ସେଇ ଅନ୍ତିମ ପ୍ରହର କାଳେ

ପୁଣି ସିଏ ଲୀନ ହୋଇଯାଏ,

      ଚନ୍ଦ୍ରଭାଗାର ଘନକୃଷ୍ଣ ଜଳେ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract