STORYMIRROR

Barsha Swain

Tragedy

3  

Barsha Swain

Tragedy

ଶୂନ୍ୟନଦୀର ତୀରେ

ଶୂନ୍ୟନଦୀର ତୀରେ

1 min
186

ଥକ୍କି ଯାଇଥିବା ପାଦକୁ ଆଜି

    ଚାଲିବାକୁ ଭାରି ଇଚ୍ଛା ହୁଏ, 

ପୁଣି ଥରେ ମିଶିଯିବାକୁ ଇଚ୍ଛା ହୁଏ

      ଆଉ ଭାସି ଯିବାକୁ ବି.......

ସେଇ ସ୍ରୋତସ୍ୱିନୀର ତୀରେ। 


ପୂର୍ଣ୍ଣ ଜଳାଶୟେ ଜଳଶୂନ୍ୟ ତୀର

     ନିମ୍ନଗା ଅଥୟ କୂଳ ବି ଅଧୀର

ଗ୍ରୀଷ୍ମର ପ୍ରଦାହ ଦିଏ ଦାରୁଣ କଷଣ

      ହେଲେ କଣ ହେବ ?

ଏ ତ ଶୂନ୍ୟନଦୀର ତୀର। 


ଜୀବନ ତ ଅଙ୍କାବଙ୍କା ନଈ

     ଯେ ଯାଏ ପର୍ବତଶିଖର ଛୁଇଁ 

ତଟିନୀର ବି କି ଦୋଷ

     ଶୂନ୍ୟତା ବି ତା ପାଇଁ ଅଭିଶାପ। 


ବହିଯିବାର ନିଶା ବି ପ୍ରବଳ 

    ଶୁଖିଯିବାର ଆଶା ବି ଉଜ୍ଜ୍ୱଳ 

ଏଇ ଶୂନ୍ୟ ନଦୀର ତୀରେ, 

   ବହିଯାଏ ଜୀବନ ଧିରେ ଧିରେ........... 


ଯେଉଁଠି ଲକ୍ଷ୍ୟଭ୍ରଷ୍ଟ ମନ,

     ଆଉ ଜୀଇଁବାର ନାହିଁ ଜ୍ଞାନ

ଶୂନ୍ୟ ନଦୀର ତୀର ଭଳି

    ପାପର ଭାରେ ଜୀବନ ଅତିକ୍ରାନ୍ତ 

ସ୍ୱଳ୍ପ ଜୀବନ କାମନା ପୂର୍ଣ୍ଣ। 


ଧୁନୀର ଲକ୍ଷ୍ୟ ସାଗରର ବକ୍ଷ

    ହେଲେ ଶୂନ୍ୟ ନଦୀର ବି କି ଆଶା

ଜଳ ତ ଶୂନ୍ୟ ପୁଣି ଶରୀର ବି ନିଶ୍ଚିହ୍ନ, 

    ଶୂନ୍ୟ ନଦୀର ତୀରେ........... 

 ବହିଯାଏ ଏମିତି ସମୟ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy