STORYMIRROR

DR PRASANTA KUMAR BISWAL

Romance

3  

DR PRASANTA KUMAR BISWAL

Romance

ଶୂନ୍ଯ ଏ ଜୀବନ

ଶୂନ୍ଯ ଏ ଜୀବନ

1 min
151


ତୁମେ ଚାଲିଗଲାପରେ

ବିରାଟ ଶୂନ୍ଯତା,

ଖାଲିପଣର ରାଜତ୍ବ

ଅସହିଷ୍ଣୁତାର ସୀମା ଲଂଘିଲାଣି।

ତୁମଠୁ ଦୂରେଇଲା ପରେ

କେମିତି ଏତେ ଦୂର

ଚାଲି ଗଲା ସବୁ ସମ୍ପର୍କ ।

ରକ୍ତ ଠୁ ଆହୁରି ନିଜର

ପ୍ରାଣ ଠୁ ଆହୁରି ଆପଣାର

ଜୀବନ ଠୁ ଆହୁରି ନିଜର

ଖାସ ତୁମେ ହିଁ ତ ଥିଲ,

ଲୁହ ଠୁ ଆହୁରି ଏକାନ୍ତ,

କେବେ ବି ଭୁଲି ହେଉନି

ପ୍ରେମର ଆସରରେ

ବାଣ୍ଟୁଥିବା ପ୍ରୀତିର ପରଶ ,

ହସର ପାଖୁଡ଼ାରେ

ଭଲ ପାଇବାର ଲୁହର ଟୋପା,

ଭାବାନ୍ତର କରେ ପ୍ରତିକ୍ଷଣରେ ,

ତୁମେ ଚାଲି ଗଲା ପରେ

ତୁମ ହସ ମାନେ ବି

ସ୍ବାର୍ଥର ଧାନ କିଆରୀରେ

କାଟୁଛନ୍ତି ବିରହ ଫସଲ

ସେମାନେ ବି ମୋ ପାଇଁ

ଟାଣିଛନ୍ତି ଲକ୍ଷ୍ମଣରେଖା

ମୋତେ ଏବେ ହସିବାକୁ ମନା

 ସ୍ବପ୍ନ ମାନେ ଛନ୍ଦା ଛନ୍ଦି 

ଗୁଡିର ନଟେଇ

ମାଂଜା ଦିଆ ବହଳ ସୂତାରେ,

ତୁମ କୁହ--------

 ଛିଣ୍ଡି ବନି ଏ ମନର ଗୁଡି

ଝଡ,ଝଂଜା,ଅଣଚାଷ ମାଡରେ,

ସବୁ ତ ଠିକ ଠାକ୍

ଚାଲିଥିଲା ସରଳରେଖାରେ

କୁହ କିଏ --ଅଟକାଇଲା

ସମୟର ଶେଷ ମୋଡଣିରେ,

ତୁମ ଅବର୍ତ୍ତମାନରେ 

ଲାଭକ୍ଷତିର ଗଣିତ ସବୁ

ସ୍ମୃତି ହୋଇ ରହିଗଲା,

ତୁମେ ତ ଚାଲି ଗଲ,

ସମସ୍ତେ ବି ଦିନେ ଯିବେ ଚାଲି

ଯେ ଯାହା ରାସ୍ତାରେ,

ମାତ୍ର ତୁମର ସେ କେଇପଦ କଥା

ଆଶ୍ଳେଷେଇ ଦେଇଥିବା ସାନିଧ୍ଯ 

ଏବେ ବି ସାଉଁଟୁଛି 

ପ୍ରୀତିର ଫଗୁଣ,

ବୈଶାଖେ ଚନ୍ଦନ ,

କାରଣ ତୁମେ ହିଁ ତ ଥିଲ 

ମୋ ପ୍ରାରଣର ସ୍ପନ୍ଦନ ,

ଜୀବନେ ଯୌବନ,

ତୁମେ ବିନା ଶୂନ୍ଯ ଏ ଜୀବନ।

**************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance