STORYMIRROR

Chinmaya Kumar Nayak

Abstract Horror Thriller

3  

Chinmaya Kumar Nayak

Abstract Horror Thriller

ଶୁନ୍ୟ ମନ୍ଦିର

ଶୁନ୍ୟ ମନ୍ଦିର

1 min
200

ଏ ଦେହର କୋଠିଘରେ ଆଜି

ନୃତ୍ୟରତ ଅସଂଖ୍ୟ ପ୍ରେତାତ୍ମା,

ଜରାଜୀର୍ଣ୍ଣ ଏ ଶୁନ୍ୟ ମନ୍ଦିରରେ ଆଜି

ଲୁକ୍କାୟିତ ହୃଦୟସ୍ଥ ଆତ୍ମା।


କାମର କମନାନଳେ ଜଳିଯାଏ

ହୃଦୟର ଶୁଦ୍ଧ ଆସ୍ତରଣ,

କ୍ରୋଧର ଧୂମ୍ରପରଳ ତଳେ ଲୁଚିଯାଏ 

ଆତ୍ମାର ସ୍ଵଛ ବିକିରଣ।


ଲୋଭ ଲାଳସାରେ ହଜିଯାଏ ଆଜି

ସ୍ୱଭାବର ଶୁଭ୍ର ସ୍ୱାଭିମାନ,

ମୋହାସକ୍ତ ମାନବ ଆଜି ଗାଉଥାଏ

ପଶୁତ୍ବର ଉଦଣ୍ଡ ଗାୟନ।


ମଦ, ମାତ୍ସର୍ଯ୍ୟ ଜାଲରେ ଛନ୍ଦିହୁଏ

ଅର୍ଦ୍ଧମୃତ ଆଦର୍ଶର ସତ୍ୟ,

ଭୟଙ୍କର ଷଡ଼ପ୍ରେତଙ୍କ ତାଣ୍ଡବରେ

ତାତିଯାଏ ଜୀବନ ମାରୁତ।


ଅହଙ୍କାରର ଭୟାର୍ତ୍ତ ଆଖିରୁ ଝରେ

ଦାମ୍ଭିକତାର ଉତ୍ତପ୍ତ ଦହନ,

କେବେ ଈର୍ଷାର ଦନ୍ତାଘାତେ ଚିରିଯାଏ

ଅଶରୀରି ଆତ୍ମାର ଶରୀର। 


ଏମିତି ଅନେକ ଦୁର୍ଦ୍ଦାନ୍ତ ପ୍ରେତାତ୍ମା

ମନ୍ଦିରକୁ ଭୂତକୋଠି କରି,

ହୃଦୟ ଦେବତା ଆଜି ବିଲୁପ୍ତ ଆସ୍ଥାନେ

ଅନ୍ତରକୁ ସାରଶୁନ୍ୟ କରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract