STORYMIRROR

Pranati Mahapatra

Abstract

3.5  

Pranati Mahapatra

Abstract

ଶୁଣିମା ହେଉ ମଣିମା

ଶୁଣିମା ହେଉ ମଣିମା

1 min
220


ଶୁଣିମା ହେଉ ମଣିମା କେମିତି ରହିଛ ପ୍ରଭୁ ବଡ଼ଦେଉଳେ ଭକତ ବିନା ତୁମେ, ଷାଠିଏ ପଉଟି କେମିତି ଭୁଞ୍ଜୁଛ ଭୋକରେ ସଢୁଛୁ ଆମେ। ଗହଳ ଚହଳ ଶୁଭୁନାହିଁ ତୁମ ବେତବାଡି ପଡୁନାହିଁ, ଭକତ କଣ୍ଠରୁ ହରିବୋଲ କିମ୍ବା ହୁଳହୁଳି ପଡୁନାହିଁ। ଭଲ ଲାଗୁଛି ଲାଗୁନି ତୁମକୁ ତୁଣ୍ଡ ଖୋଲି ଦିଅ କହି, କରୋନା ରାକ୍ଷସୀ କୁ ପ୍ରବେଶ ପାଇଁ ଅନୁମତି ଦେଲ କାହିଁ। ଦୁଷ୍ଟ ନିବାରି ସନ୍ଥ ପାଳ ବୋଲି ପୁରାଣେ ଅଛି ପ୍ରମାଣ, ତୁମ ସନ୍ତାନଙ୍କୁ ତୁମେ ରକ୍ଷାକର ଚକ୍ରଧାରୀ ନାରାୟଣ। ତୁମ ଦରଶନ ନ ପାଇ ଭକତ ଆତଙ୍କରେ ଛଟପଟ, କରୋନା ରାକ୍ଷସୀକୁ ନିପାତ କର ଳ କର ଆଉ କପଟ। ତ୍ରାହି ତ୍ରାହି ବୋଲି ଉଚ୍ଚସ୍ଵରେ ଆଜି କମ୍ପୁଛି ମହୀମଣ୍ଡଳ, କ୍ଷଣିକେ ବିନାଶ କର ଲୀଳାମୟ ଧରି ଚକ୍ର ହଳ ମୂଷଳ। ଅଶାନ୍ତ ଦେଶରେ ଶାନ୍ତିର ମଳୟ ବହୁ ତୁମରି ଆଜ୍ଞାରେ, ସତ୍ୟ ଶାନ୍ତି ଦୟା କ୍ଷମାର ଫଲଗୁ ଭର ସବୁରି ଚିତ୍ତରେ। ଅଜ୍ଞାନୀ ଜନଙ୍କ ଦୋଷ ଅପରାଧ କରିଦିଅ ବାରେ କ୍ଷମା, ଏତିକି ଗୁହାରି ଆହେ ଦଣ୍ଡଧାରୀ ଶୁଣିମା ହେଉ ମଣିମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract