STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ଶୁଣ ମୋହର ସାଙ୍ଗ ପିଲା

ଶୁଣ ମୋହର ସାଙ୍ଗ ପିଲା

1 min
201


ଶୁଣ ମୋହର ସାଙ୍ଗପିଲା । 

 ଆଜି ଏ ଯେଉଁ ପାଗ ହେଲା ।

ଅଷ୍ଟମାସ ତାପିତ ଧରା,

ଜୀବନ ଯେ ବିକଳ ପରା ।


ତଳୁ ଉପର ତାତି ହୁଏ

ଗୃହ ବାହାର ଭିନ୍ନ ନୁହେଁ ।  

ସତେ ଜଳଇ ଏ ବସୁଧା

ଆସଇ ନାନା ଅସୁବିଧା ।


ଜଳ ଅଭାବ ସବୁଠାରେ

କେ ରହି ପାରେନି ଶାନ୍ତିରେ।

ବୃକ୍ଷ ସମ୍ପଦ ନଷ୍ଟ କରି

ବିନାଶକୁ ନିଏ ଆବୋରି।


ଜଙ୍ଗଲ ଠାଏ ଠାଏ ପଦା

ଶୁଷ୍କ କାଷ୍ଠ ଗଦାକୁ ଗଦା ।

 ଜଳେ ଜଙ୍ଗଲ ଦିନୁଦିନ

ଉତ୍ତପ୍ତ ପରିବେଶ ପୁଣ।


କଙ୍କ୍ରିଟ ରାସ୍ତାର ନିର୍ମାଣ

ଛେଦ ବିରାଟ ବୃକ୍ଷ ଜାଣ ।

ଅମ୍ଳଜାନ ସ୍ତରରେ ହ୍ରାସ

ଶୂନ୍ୟ ହେଲାଣି ମୁଖେ ହସ।


କ୍ରୟ ହୋଇଲା ଅମ୍ଲଜାନ

ରୋଗୀର ହନ୍ତସନ୍ତ ପ୍ରାଣ।

ପଲିଥିନ ଯେ ବ୍ୟବହାର

ମୃତ୍ତିକା ନଷ୍ଟ ବାରମ୍ବାର।


ହ୍ରାସ ହୁଅଇ ଜଳସ୍ତର

ଜଳ ନିମିତ୍ତ ହାହାକାର।

ଅନିୟମିତ ଋତୁଚକ୍ର

ସର୍ବକର୍ମ ହୁଅଇ ବକ୍ର ।


ଏଥକୁ ଉପାୟ ଯେ ଏକ

ନିତ୍ୟ ରୋପଣ କଲେ ବୃକ୍ଷ ।

ସବୁଜ ବଳୟ ରହିଲେ

ଧରା ଶୀତଳ ଜାଣ ଭଲେ ।


ଅତିଷ୍ଠ ହେବନି ଜୀବନ

ଶାନ୍ତି ଲଭିବା ନିଶ୍ଚେ ଜାଣ।

ଜଳ ଯେ ଅମୂଲ୍ୟ ସମ୍ପଦ

ଅଯଥା କରିବାନି ନଷ୍ଟ ।


ଜଳକୁ ସଞ୍ଚୟ କରିବା

ଜଳ କଷ୍ଟ ଦୂର କରିବା।

ବର୍ଷା ଜଳର ବିନିଯୋଗ

ଦୃଷ୍ଟି ଆକର୍ଷଣ ଯେ ଆଗ।


ବରଷା ଋତୁ ଆସିଗଲେ

ଫାଙ୍କା ସ୍ଥାନେ ବୃକ୍ଷ ରୋପିଲେ।

ରକ୍ଷଣାବେକ୍ଷଣ ତାହାର

ବୃକ୍ଷ ବଂଶକୁ ଯେ ବିସ୍ତାର।


ଆମେ ଶିଶୁ ଗଣ କରିବା

ଅନ୍ୟ ମାନଙ୍କୁ ଦେଖାଇବା।

ମୋର ଏ ବଚନ ଶୁଣିଲେ

ସୁଖେ ରହିବା ଜାଣ ଭଲେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational