STORYMIRROR

Narayan chandra Senapati

Abstract

3  

Narayan chandra Senapati

Abstract

ଶୁନ୍ ଗାଡି

ଶୁନ୍ ଗାଡି

1 min
11.9K

ପ୍ରାଚୀନ ମାନବ ଚାଲି ଚାଲି ପାଦେ

ପାଉଥିଲା କେତେ କଷ୍ଟ

ବିଜ୍ଞାନ କୌଶଳେ ଯାନ ଟେ ଗଢିଲା

ଦୁଃଖ ତା ହେଲା ବିନିଷ୍ଟ।


ଦୁଇଟି ଚକରେ ଯନ୍ତ୍ର ଖଞ୍ଜିଦେଇ

ଗଢା ହେଲା ସାଇକେଲ

ତା ଉପରେ ବସି ମଣିଷ ଚାଲିଲା

ଭାବିଲା ଇନ୍ଦ୍ର ମହଲ।


ଛୋଟିଆ ପକ୍ଷୀଟେ ଦୁଇ ପକ୍ଷ ମେଲି

ଆକାଶରେ ଯାଏ ଉଡି

ମଣିଷ ଭାବିଲା ଉଡୁଛି ଶୂନ୍ୟରେ

ପକ୍ଷୀ ରାଜ ଘୋଡା ଚଢି।


ଏ ଯାନ ଉପରେ ବସିଲା ଯେବେ ସେ

ହୃଦୟେ ଜାଗିଲା ଖୁସି

ସର ସର ଶବ୍ଦ ମନକୁ ଛୁଇଁଲା

ଅନ୍ତର ଉଠିଲା ହସି।


ଗଡାଣିରେ ଯେବେ ଗଡ଼ିଲା ଏ ଯାନ

ପେଡାଲ କୁ ବନ୍ଦ କରି

ଭାବିଲା ମଣିଷ ଶୂନ୍ୟରେ ଉଡୁଛି

ପୁଷ୍ପକ ବିମାନ ଧରି।


ସମୟର ମାର୍ଗେ ଉନ୍ନତି ସ୍ରୋତରେ

ଗଢିଲା କେତେ ମୋଟର 

ଭୁଲିଗଲା ଲୋକ ସାଇକେଲ ଥିଲା

ପୂର୍ବରୁ କେଡେ ନିଜର।


ମୋଟର ଯାନରେ ଶୀଘ୍ର ପହଁଚିଲା

ଶୀଘ୍ର ବି ଗଲା ଜୀବନ

ଇନ୍ଧନ ପାଇଁ କି କେତେ ଅର୍ଥଗଲା

ଶୁଖିଗଲା ତା ବଦନ।


ଶୁନ୍ ପରି ଚକ ଶୂନ୍ୟରେ ଉଡେ ସେ

ନାମ ହେଲା ଶୁନ୍ ଗାଡି

ସେ ଗାଡ଼ିରେ ବସି ଆନନ୍ଦେ ନାଚିଲା

ମାରି ଶାନ୍ତିର ଲହଡି।


ଶୁନ୍ ଗାଡି ଯାନ ମନେ ପକାଇଲା

ଥିଲା ତା ପୁରୁଣା ମିତ

ତାକୁ ଚଢି ସିଏ ବ୍ୟାୟାମ କରୁଥିଲା

ଶରୀରବି ଥିଲା ସୁସ୍ଥ।


ଆଧୁନିକ ଛୁଆଁ ମତୁଆଲା କରି

ଭୁଲୁଛି ସିନା ସେ ଯାନ

ବିଷାକ୍ତ ବାଷ୍ପରେ ସ୍ନାନ କରି କାନ୍ଦି

କରେ ତାକୁ ଆବାହନ।


କାନ୍ଥେ ଡେରି ହୋଇ ଥକ୍କି ସେ ଗଲାଣି

ପଡ଼ିଲାଣି ଆଜି ଡାକ

ତାକୁ ଧରି ଡେଣା ମେଲେଇ ଉଡିବ

ଖୁସି ହେବେ ଜୀବ ଯାକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract