STORYMIRROR

Amit Bal

Abstract Tragedy Classics

4  

Amit Bal

Abstract Tragedy Classics

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
194

ମୋତେ ଝଡ ତୋଫାନର କଥା କହି

            ମିଛଟାରେ କାହିଁ ଡରାଉଛ ଭାଇ 

ମୋ ଜୀବନ ଆହୁରି ଅନ୍ଧକାରମୟ

         କଳ୍ପିତ ଉଡାଣ ମୋ ଭାଗ୍ୟେ ହିଁ ନାହିଁ ।


କେବେ ଦିନେ ଯେଉଁ ଜୀବନଟା ଚିର ସବୁଜ ଥିଲା

           ଆଜି ସେଠି ଧୂସର ଦୁଃଖର ବହଳ

ପୋଛି ନେଇଛି ସବୁତକ ରଙ୍ଗ ସେଇ ସମୟ

        ନାହିଁ ଆଉ ଫଗୁଣର ପ୍ରୀତିଭିଜା ଚହଳ ।


ଏବେବି ଫେରେ ଦିନରାତି ନିବିଡତାର ସ୍ପର୍ଶରେ

   ପତ୍ରଝଡ଼ା ଦେଇନଥିବା ଗଛର ଶ୍ୟାମଳ ଅଙ୍ଗରେ

ଆବେଗ ସମ୍ମୋହନର ସମସ୍ତ ସ୍ବାକ୍ଷରକୁ ନେଇ

        ଅବେଳରେ ଜହ୍ନ ରାତିର ସ୍ବପ୍ନ ଦେଖେଇ ।


ମୁଁ କିନ୍ତୁ ଟାଙ୍ଗି ସାରିଛି ନିଜକୁ ଶୂନ୍ୟ ଆକାଶ ତଳେ

         ନୀରବିତ ସମୟର ର କାକୁସ୍ଥ କାନ୍ଥରେ

ସବୁଦିନ ପାଇଁ ଆଲୋକଠୁ ରୁଷି ଯିବାପରେ

       ଉଭା ହୋଇ ଛାତି ତଳ ଅମୁହାଁ ଦେଉଳରେ ।


ଏମିତି ବି ଶୁଖିଲା ପତ୍ରର ଜୀବନ କେତେ

          ପୀୟୂଷର ପ୍ରତିଶ୍ରୁତି ତା ଭାଗ୍ୟରେ କାହିଁ

ଥରେ ଶିଥିଳ ହୋଇଗଲେ ତା' ପ୍ରେମର ପୃଥିବୀ

          ସେ ପଡ଼ିଥାଏ ଶେଷ ନିଃଶ୍ୱାସକୁ ହିଁ ଚାହିଁ ।।

    


Rate this content
Log in

Similar oriya poem from Abstract