ଶୁଖିଲା ପତ୍ର
ଶୁଖିଲା ପତ୍ର
ବୟସର ଅପରାହ୍ନେ
ଶୁଖିଲା ପତ୍ର ଟିଏ ପରି
ଦୋହଲୁ ଥାଏ,
ଥୁଣ୍ଟା ଏ ଜୀବନ ଗଛ ଡାଳେ
କିଏ ଜାଣେ କେତେବେଳେ
ଝଡ଼ି ମୁଁ ପଡ଼ିବି
ଦଲକାଏ ପଵନର ତାଳେ ।
ମିଛ ଏଇ ଦୁନିଆରେ
ଖେଳୁଥିଲି ସମ୍ପର୍କ ର ଖେଳ
ଖେଳ ଶେଷେ ଚାଲିଗଲେ ସଭିଏଁ
ରହିଛି ଖାଲି ଜା ଏଇ ଡାଳ ।
ହଜିଗଲେ ସବୁଜିମା
କେହି ଆଉ ଲୋଡ଼େନା
ଆଜି ମୁଁ ପାରିଲି ଜାଣି ।
କେହି ଆଉ ବୁଝୁ ନାହିଁ
ପିମ୍ପୁଡ଼ି ଆଉ ଚଢେଇର କାହାଣୀ ।