ଶୁଖା ପତ୍ର
ଶୁଖା ପତ୍ର
ଏମିତି ଉଡୁଛି ପଡୁଛି କାହିଁ କେଉଁ ଅନାଦି କାଳରୁ
ଏ ସୁଖା ପତ୍ର ଶୁଖିଲା ନଥିଲା ଆରମ୍ଭରୁ
ଏ ଯେମିତି କାୟା ବିସ୍ତାର କରିଥିଲା ଘନ ନୀଳ ବର୍ଣ୍ଣ ଧାରଣ କରି
କେତେ କାହାକୁ ଲୋଭେଇଥିଲା ଭିନ୍ନ ପ୍ରକାରରେ
ଏ କାହାକୁ ପେଟର କ୍ଷୁଦା ଦୂର କରିବାକୁ ଆମନ୍ତ୍ରଣ ଦେଇଥିଲା
ପୁଣି କେବେ କବିର ଭାବନାରେ ଆସିଥିଲା ଭିନ୍ନ ରୂପରେ
ହେଲେ ଏ ସେଦିନ ବେଶି ଖୁସି ହୋଇଥିଲା ଚିତ୍ରକରର ସ୍ପର୍ଶରେ
ଏ ପତ୍ର ଆଜି ବୟସର ଅପରାହ୍ନରେ ଉପନୀତ
ଜଣାଇଦେବାକୁ ଚାହୁଁଛି ସବୁର ଦିନେ ଇତି ହେବ
ଏ ବୟସ ଏ ଯୌବନ ଏ ମାନ ଏ ଈଜ୍ଜତ ଏ ଶରୀର
କେହି ଚିରସ୍ଥାୟୀ ନୁହନ୍ତି ଏ ଭଵ ଭୂମିରେ
ଏଠି ଖାଲି ଯାହା ଚାଲିଛି ରୀତିମତ ଗୋଟେ ନାଟକ
ଖାଲି ଯାହା ବଦଳୁଛି ଦୃସ୍ୟାନ୍ତର କିଛି ସମୟର ବ୍ୟବଧାନରେ
ତାହେଲେ ଏ ଚରିତ୍ର ଯାହାକୁ ଧାରଣ କରିଛି ଛାର ମଣିଷ
ଏତେ ବିଶୃଙ୍ଖୁଳିତ ହୁଏ କଣ ଲାଗି
କଣ ଜାଣି ଜାଣି ନିଜର ଜବିନିକାର କାରଣ ହେବାକୁ ଚାହେଁ
ବିଚରା ଭାବେ ସବୁଠୁ ଶ୍ରେଷ୍ଠ ବୋଲି
ହେଲେ ଏ ନିର୍ବୋଧର ଶିଖିବାକୁ ଅଛି କିଛି
ଏ ଶୁଖିଲା ପତ୍ର ଠାରୁ ,ମୁକ ପାଷାଣ ଠାରୁ ,ଗଛ ଲତାଠାରୁ
ଜୀବନ ଶୈଳୀର ଗୂଢ଼ତତ୍ୱ ଅନ୍ୟ ଏକ ଭାବନା ନେଇ
ଅନ୍ତରର ଗଭୀର ପ୍ରଦେଶରୁ ସବୁ ଅହମିକାକୁ ପରିତ୍ୟାଗ କରି
