ଶୁକ ପିକ ପରି ଜୀବନ
ଶୁକ ପିକ ପରି ଜୀବନ
ଶୁକ ପିକ ଗୁଣ କୀର୍ତ୍ତି ଜାଣନ୍ତି ସରବେ
ବିଦ୍ଵାନ ମଣ୍ଡଳି ଗୀତେ ବୋଲନ୍ତି ଗରବେ ।
କୁଷ୍ମାଣ୍ଡ ସ୍ୱରୂପ ଯେତେ ହେଉ ବା ବୃହତ
କ୍ଷୁଦ୍ର ଏକ ବେଲ ପାଶେ ଗର୍ବ ଭସ୍ମୀଭୂତ ।
ଜାଟାଧାରୀ ଜଟା ମଧ୍ୟେ ଜାହ୍ନବୀ ଯେ ବନ୍ଦୀ
ସେ ଉଚ୍ଚ ମଥାନ ଛୁଇଁ ନଦୀରୁ ଅମ୍ବୁଧି ।
ସୀମିତ ବଳୟ ପଥେ ସୂର୍ଯ୍ୟ କରେ ଗତି
ଅର୍କ ଉଦ୍ଦୀପନା ପାଇ ରୋଗ ବ୍ୟାଧି ମୁକ୍ତି ।
ଶୋଭାର ଭଣ୍ଡାର ଏଇ ଧରିତ୍ରୀ ପ୍ରକୃତି
ବାଖ୍ୟା କି କରିବ କାହିଁ ଆରମ୍ଭ କି ଇତି ।
ପୁଷ୍କରିଣୀ ବନ୍ଧା ପଡେ ପ୍ରାଣୀ ଉପକାରେ
ତହିଁରୁ ବାଷ୍ପୀତ ପୟ ମେଘ ସୃଷ୍ଟି କରେ ।
ନୃପତିର ଅକ୍ତିୟାରେ ସୈନିକ ଜୀବନ
ତାହାରି ଶକତି ବଳେ ଲଂଘେ ଗିରି ବନ ।
ଉନ୍ମୁକ୍ତ ଗଗନେ ପିକ ସ୍ୱକଣ୍ଠରେ ଖୁସି
ଶୁକ ପରି ପାରେ ନାହିଁ ରାମ ନାମ ଘୋଷି ।
ପିକ ଜାଣେ କଣ୍ଠ ସିନା ସୃଜନ ମଧୁର
ଲୋକଲୋଚନର ବେଳେ ପ୍ରାଣ ଥରହର ।
ଅବିବେକି ପରି କାକ ନୀଡ଼କୁ ଆଦରି
ନିରୋଳା ନିର୍ଜନ ବେଳେ ଡିମ୍ବ ଦିଏ ପାରି ।
ଘର ଅଗଣା ସୌନ୍ଦର୍ଯ୍ୟ ବଢାଏ ଯେ ଶୁକ
ମୁକ ହୁଏ ବାକ୍ୟବୀର ଶୁକ ଯେ ବାହକ ।
ଶୁକ ପିକ ବେନି ପ୍ରାଣେ ଏପରି ପ୍ରଭେଦ
ଏକ ତାନେ ପିକ କୁହୁ ଶୁକ ପଢେ ବେଦ ।
ଜୀବନରେ ଆସି ଥାଏ ପ୍ରଭେଦର ଦୁଃଖ
ସେହି ଦୁଃଖ ଲିଭେ ନାହିଁ ସ୍ମୃତି ଯେ ଅନେକ ।
ଜୀବନ ବନ୍ଧନ ରହୁ ପରାୟା ତାଡିତେ
ପ୍ରଭାତୀ କବିତା ଚଳେ ପ୍ରଭୁ ଇଚ୍ଛା ମତେ