STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
138


ପ୍ରକାଶ ଆଲୁଅ ପରା ଏ ଦୀପ ଉତ୍ସବ,


ଯୁଗ ତ୍ରେତୟାରୁ ଚାଲି ଆସୁ ଅଛି ପର୍ବ,


     ଦେଶବାସୀ ଉତ୍ସାହିତ,


ସଂସ୍କୃତି ସଂସ୍କାର ସନାତନ ରେ ଜଡ଼ିତ !


ପରା ବିଜୟାର  ପର୍ବ  ଏହୁ ଦୀପାବଳି,


ସ୍ବାଗତେ ରାମଙ୍କ ପ୍ରଜା ଦେବେ ଦୀପଜାଳି, 


      ଅଟନ୍ତି ସେ ଧନୁର୍ଧର


ଫେରିଲେ ରାବଣ ମାରି ଅଯୋଧ୍ୟା ନଗର !!


ଜାଳି ଥିଲେ ପ୍ରଜା ଦୀପ ତାଙ୍କ ଘର ଘର,


ଆଗମନେ ରାମଙ୍କର ଅଯୋଧ୍ୟା ନଗର,


    ଅଲୌକିକ ସେ ଆଲୋକ


ପଟାନ୍ତର ନ ଥିଲା ସେ ଟି ତ୍ରିଲୋକ !!


ସତ୍ୟର ବିଜୟ ହେଲା ଅଧର୍ମ ବିନାଶ


ପାପୀ ଙ୍କୁ କରିଲେ ପ୍ରଭୁ ପରା ସର୍ବନାଶ 


      ସୃଷ୍ଟିକର୍ତ୍ତା ହେ ଶ୍ରୀରାମ


ଗୁଞ୍ଜୁ ଥାଉ ଅବିରତ ହୃଦୟରେ ନାମ !!


ଲକ୍ଷ୍ମୀଙ୍କର ପୂଜା ମଧ୍ୟ ଏହୁ ଶୁଭ ଦିନ


ବାଣ ବିସ୍ଫୋରଣ ହୁଏ ପୁଣି ଘନଘନ


     ଉତ୍ସାହିତ  ପ୍ରଜାଗଣ


ପର୍ବ ଦିଏ ସତ୍ୟତ୍ୟାଗ ଅହିଂସାକୁ ଜାଣ !! 


ଘରେଘରେ ପିଠାପଣା ମିଷ୍ଟାନ୍ନ ଭୋଜନ, 


ଖୁସି ଓ ଆନନ୍ଦ ପର୍ବ କରୁଛି ଗୁଞ୍ଜନ,


      କର୍ତ୍ତବ୍ୟର ଦିଏ ଜ୍ଞାନ


ରାତ୍ରରେ କରିବେ ଜନ ଲକ୍ଷ୍ମୀଙ୍କ ପୂଜନ !!


ଲକ୍ଷ୍ମୀପୂର୍ଣ୍ଣା କରିଦେବେ ରାଷ୍ଟ୍ରକୁ ସମ୍ପନ୍ନ


ଶକ୍ତିଶାଳୀ ହେବ ଦେଶ ପାଇବ ସମ୍ମାନ


     ଗୌରବ ଗାଥା ଲେଖିବ


ଧର୍ମ ସନାତନ ଆମ ବିଶ୍ବରେ ଗୁଞ୍ଜିବ !!




Rate this content
Log in

Similar oriya poem from Abstract