STORYMIRROR

Manaswani Sahoo

Inspirational Children

4  

Manaswani Sahoo

Inspirational Children

ଶୁଆ ର ଗୁରୁବାଣୀ

ଶୁଆ ର ଗୁରୁବାଣୀ

1 min
189

ଶୁଆ କହେ ଶାରୀ ଲୋ ଚାଲ ଯିବା ବୁଲି,

                         କରୋନା ପାଇଁ ବଗିଚା ପଡିଛି ଖାଲି ।

କେଇ ଦିନ ହେଲା ପାର୍କରେ ଲାଗୁନି ଭିଡ,

                     ଯିଏ ବି ଆସେ ବୁଲନ୍ତି ହୋଇ ଛାଡ ଛାଡ।


ମହାମାରୀ ସକାଶେ ସଭିଏଁ ଘରେ ବନ୍ଦୀ,

                          ନିଜ ଭୁଲ ପାଇଁ ମଣିଷ ପଡୁଛି ଛନ୍ଦି ।

ବ୍ରହ୍ମା ରଚିଥିଲେ ପ୍ରାଣୀ ମଧ୍ୟେ ନର ଶ୍ରେଷ୍ଠ,

                        ସ୍ୱାର୍ଥେ ବଶୀଭୂତ ପ୍ରକୃତିକୁ କଲା ନଷ୍ଟ ।


ବିବେକ ହରାଇ ସେ ହେଲା ଅମଣିଷ,

                       ଶାକାହାର ଛାଡି ଭକ୍ଷଣ କରେ ଆମିଷ।

ବାଦୁଡ଼ି, ବଜ୍ରକାପ୍ତାକୁ କଲା ଭକ୍ଷଣ,

                      ଅସାଧ୍ୟ ରୋଗରେ ପାଉଛି ଏବେ କଷଣ।


ସମୟ ଥାଇ ଭୁଲ ଦେଲେ ସୁଧାରି,

                         କଷ୍ଟରୁ ବର୍ତ୍ତି, ହେବ ସୁଖର ଅଧିକାରୀ।

ପଶୁ ପକ୍ଷୀ ପାଇଁ ମନେ ରଖୁ ଉଦାର,

                          ପ୍ରକୃତି ବଞ୍ଚାଇ ଗଢୁ ସୁଖର ସଂସାର ।


ଶାରୀ କହେ ଶୁଆ ତୁ କେତେ ବୁଦ୍ଧିମାନ,

                         ସେଥିପାଇଁ ତୁ ପକ୍ଷୀ ଜଗତେ ବିଦ୍ୱାନ ।

ତୋ ଠାରୁ ମଣିଷ ଶିଖୁ କିଛି ଜ୍ଞାନ,

                             ନକରୁ ଆଉ ସେ ପ୍ରକୃତି ଶୋଷଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational