STORYMIRROR

Rasmita Dixit

Abstract

2  

Rasmita Dixit

Abstract

ଶତାୟୁର ଅଶ୍ରୁ

ଶତାୟୁର ଅଶ୍ରୁ

1 min
152

ମୋ ଆଖପାଖରେ ଛିଣ୍ଡି ପଡିଥିବା

ସ୍ମୃତିର ଫର୍ଦ୍ଦ ସବୁକୁ

ମୁଁ ଚାହୁଁଛି ଏବେ ସାଉଁଟି ଆଣିବାକୁ

ଖଞ୍ଜିବାକୁ ମୋର ଶେଷ ଅଧ୍ୟାୟ ରେ

ସବୁଜ ଶବ୍ଦର କିଶଳୟ ମାନଙ୍କୁ

ନେଇ ଖେଳିବାକୁ ଦୋଳି

ଅସ୍ତବ୍ୟସ୍ତ ହୋଇ ଝୁଲିପଡିଥିବା

ଓହଳ ସାଥିରେ


କେତେ କୁଆଁରୀ ସପନ

ମନ୍ଦ୍ର ମଧୁର ସଂଜୁଆ ଲଗନ

ପ୍ରୀତି ପ୍ରଣୟ ର ଖଟା ମିଠା ଆଳାପ

ଲାଗୁଚିଏଇ ଯେମିତି

ମୁଁ ଶୁଣୁଛି , ଏଇ ଆଖି ଆଗରେ ଦେଖୁଛି

ଗହଳ ଚହଳ ର କ୍ଷୀଣ କଳରଵ

କେତେ ମଞ୍ଜୁଳ ,ଆବେଗମୟ ଥିଲା

ମୋର ସ୍ଥିତି , ଆବଶ୍ୟକ ପରିସ୍ଥିତି

ସେଇ ଥିଲା ମୋର ବିସ୍ତରି ଯିବାର ଅହଙ୍କାର

ଅହମିକା ମୋର ଦୁର୍ଗ ପ୍ରମାଣ ବିଶ୍ୱାସର


ମୋର ପତନ ନାହିଁ ;

କ୍ଷୁଦ୍ର ରୁ କ୍ଷୁଦ୍ର ସଙ୍କେତ କୁ ଭୂମିରେ ଲମ୍ବାଇ

ମୁଁ ପୁଣି ବଂଶ ବଢ଼ାଇ ପାରିବି ରକ୍ତବୀର୍ଯ୍ୟ ପରି

ବିସ୍ମରି ଯାଇଥିଲି ଝଙ୍କାଏ ପବନରେ

ମୁଁ ମଧ୍ୟ ଭାଙ୍ଗିଯିବି

କ୍ଷତ ବିକ୍ଷତ ହେବି

ଭଗ୍ନ ,ଶତଛିନ୍ନ ଅଂଶ ମାନଙ୍କୁ

ସାଉଁଟି ଯୋଡିବାକୁ

ଏତେ ଅସହାୟ ,,ଅକ୍ଷମ ହେବି

ବଳ ,ସାମର୍ଥ୍ୟ ବିହୀନ ଶରୀର

ପତ୍ର ଚକ୍ଷୁରୁ ଶୁଷ୍କ ଅଶ୍ରୁ ନିର୍ଗତ ହୋଇ


ମହା ଶୁନ୍ୟରେ ହେଉଛି ବିଲୀନ

ଲାଲ ,ସବୁଜ ସ୍ୟାହିରେ ଲେଖାଥିବା

କାହାଣୀ ସବୁ ଅସ୍ପଷ୍ଟ ହୋଇଗଲାଣି

ଏବେ ମୁଁ ଅପାଂକ୍ତେୟ , ଅବାଂଛିତ

ପ୍ରତୀକ୍ଷା କେବଳ ଭୂମିଗର୍ଭର ନିଶ୍ୱାସ ପ୍ରଶ୍ଵାସ

ନେଉଥିବା ମୋ ମଗ୍ନତାର ପାଦ

କେବେ ହଟାଇ ନେବ

ତାର ଅନ୍ତିମ ପ୍ରୟାସ


Rate this content
Log in

Similar oriya poem from Abstract