Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance Fantasy

3  

Bijay Prusty

Romance Fantasy

ଶରତ ଆଖିରେ ସ୍ୱପ୍ନ

ଶରତ ଆଖିରେ ସ୍ୱପ୍ନ

1 min
250



ଆଖିର ସପନ ଆଖିରେ ଲୁଚିଲେ

ହଜିଗଲେ ଜହ୍ନରାତି

ଭୋଦୁଅ ଭୋଦୁଅ ବାସି ଉଠୁଥାଏ

ଝରା ଶେଫାଳୀର ପ୍ରୀତି I

କାଶତଣ୍ଡୀ ବଣ ଧବଳ ଶୋଭାରେ

ଚହଲି ଉଠିଲେ ମନ

ଛୁଇଁ ଦେଇଯାଏ ଅତୀତ କଷଣ

ହଜିଯାଏ ସବୁ ସ୍ୱପ୍ନ I

ପହିଲି ଦେଖାର ପହିଲି ଆଳାପ

ପହିଲି ପହିଲି ଛୁଆଁ

ସେଥିପାଇଁ ସିନା ଅଜାଣତେ ଦେହେ

ଭୋଦୁଅ ଲଗାଏ ନିଆଁ I

ସ୍ମୃତିର ନଈରେ ପ୍ରୀତିର ନଉକା

ପାଏନାହିଁ ଥଳ କୂଳ

ଶରତ ଶରତ ହସି ହସାଉଛି

ଛାଇ ଲେଉଟାଣି ବେଳ I

      


Rate this content
Log in

Similar oriya poem from Romance