ଯୋଜନଗନ୍ଧା
ଯୋଜନଗନ୍ଧା
କିଏ ବା ନ ଜାଣେ
ଜୀବନ ବିତାନେ ରମଣୀ
ରଜନୀ ଗନ୍ଧା
କିଏ ବା ନ ଜାଣେ
ପ୍ରେମିକ ଅଂକରେ ପ୍ରେମିକା
ଅପାପବିଦ୍ଧା
ଗନ୍ଧ ଆକୁଳ ପ୍ରେମିକ
ମୁଁ ସଖି, ଲୋଡୁଛି
ତମ ମୁକୁଳା ତନୁର ସୁଧା
ମୁକୁଳା ହେଲେ ବି
ତମେ ଜାହ୍ନବୀ ଧାର
ପୁଣ୍ୟବତୀ ଯୋଜନଗନ୍ଧା
ମୋ ଅଙ୍କ ପଲଙ୍କେ
ଲୋଟିଯାଅ ସଖି
ଦୁଇ ଦେହ ହେଉ ଏକ
ଦେହ ଦର୍ପଣରେ
ଦେଖ ଦେଖ ସଖି
ଆତ୍ମାର ମିଳନ ସୁଖ l

