STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ଯୋଜନଗନ୍ଧା

ଯୋଜନଗନ୍ଧା

1 min
11.8K


କିଏ ବା ନ ଜାଣେ

        ଜୀବନ ବିତାନେ ରମଣୀ

                     ରଜନୀ ଗନ୍ଧା 


କିଏ ବା ନ ଜାଣେ

        ପ୍ରେମିକ ଅଂକରେ ପ୍ରେମିକା

                      ଅପାପବିଦ୍ଧା


ଗନ୍ଧ ଆକୁଳ ପ୍ରେମିକ

           ମୁଁ ସଖି, ଲୋଡୁଛି

                 ତମ ମୁକୁଳା ତନୁର ସୁଧା


ମୁକୁଳା ହେଲେ ବି

          ତମେ ଜାହ୍ନବୀ ଧାର

                  ପୁଣ୍ୟବତୀ ଯୋଜନଗନ୍ଧା


ମୋ ଅଙ୍କ ପଲଙ୍କେ

            ଲୋଟିଯାଅ ସଖି

                    ଦୁଇ ଦେହ ହେଉ ଏକ


ଦେହ ଦର୍ପଣରେ 

          ଦେଖ ଦେଖ ସଖି

                     ଆତ୍ମାର ମିଳନ ସୁଖ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance