STORYMIRROR

Satyaranjan Mishra

Romance

3  

Satyaranjan Mishra

Romance

ମୋ କବିତାର ରୂପସୀ

ମୋ କବିତାର ରୂପସୀ

1 min
178

ଭାବିଥିଲି, ତୁ ବୋଧେ ସେ 

ପୋଖରୀ ତୁଠର 

ସ୍ଥିର- ନିରିମଳ 

ଜଳ ରାଶି ରୁ ବୁନ୍ଦେ.. 

        କିନ୍ତୁ ତୁ ତ ବାଦଲରେ ଲୁଚିଥିବା 

        ଅସରନ୍ତି ବାରିଧାରା ପରି 

        ସମୁଦ୍ର ରୂପକ ମୋ ମନେ 

        ଅଦିନେ ଗଲୁ ବରଷି... 

ଭାବିଥିଲି ତୁ ବୋଧେ ସେ  

ବସନ୍ତେ ପ୍ରବାହିତ 

ଧୀର - ସୁଶୀତଳ 

ପବନ କଣିକା ଥୋକେ... 

       କିନ୍ତୁ ତୁ ମୋ ପ୍ରଶ୍ୱାସେ ମିଶିଯାଇ 

       ଏ ଶରୀରେ ଅବିରତ 

       ସ୍ପନ୍ଦିତ ଓ କମ୍ପିତ 

       ହୃଦୟ ରେ ଗଲୁ ବସି....... 

ଭାବିଥିଲି ତୁ ବୋଧେ ସେ 

ଅନ୍ଧାରି ବନସ୍ତର 

ଅସ୍ଥିର ଚୁଲୁବୁଲି

ଜୁଳୁଜୁଳିଆ ପୋକ ଗୋଟେ..

        କିନ୍ତୁ ତୁ ଯେ ଆସି ଉଇଁଗଲୁ 

        ମୋ ଜୀବନ ଆକାଶେ 

        ହେଇ ପୁନେଇ ରାତିର 

        ହଳଦୀ ମୁହିଁ ଶଶୀ..... 

ଭାବିଥିଲି ତୁ ବୋଧେ ସେ

ଜୀବନ ନାଟକର

ସୁନ୍ଦରୀ ନାୟିକାଟି 

ଯେଉଁଠି ମୁଁ ହେଲି ନାୟକ.. 

        କିନ୍ତୁ ତୁ ଯେ ପାଲଟି ଗଲୁ 

        ମୋ କଲମୁ ନିର୍ଗତ 

        ଅଗଣିତ ପ୍ରେମମୟ 

        କବିତାର ରୂପସୀ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance