Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tankadhar Majhi

Romance

4.0  

Tankadhar Majhi

Romance

ମର୍ମାହତ

ମର୍ମାହତ

1 min
11.8K


ଦିଗନ୍ତ ଦିଗନ୍ତ ନୀଳ ଲୋହିତ ଆଭାସରେ

ଆଜି ଚକ୍ରାନ୍ତ ଦୋଳିରେ ଝୁଲୁଛି ସମୟ

ଜଣକୁ ଦେଖିବାର ଅଭିପ୍ସା ବି

ମଉଲି ଯାଉଛି ପ୍ରେମ ଭର୍ତ୍ତି ବଗିଚାରେ ା


ଗ୍ରୀଷ୍ମ ଅବକାଶେ ଅଢୁଆଲ ନଈ ସଞ୍ଜେ 

ଦୂର ତା' ଚାହାଣିର ହସ ଟାଣି ନେଲା ନିଦ

ରାତିଟା ରତ୍ନ ପିନ୍ଧି ନାଚିଲା ଘୁଙ୍ଗୁର ଶବ୍ଦେ

ମର୍ମାହତ ନିଦ ବ୍ୟାକୁଳ କଲା ଦିବସେ ।


କଳା ଚଷମା ଅନ୍ଧ ଆଖିର ଲୁଚକାଳି

ଥକ୍କା ଦର୍ପଣରେ ଦିଶେ ପ୍ରେମର ପ୍ରତିଛବି

ଝଙ୍କୃତ ପ୍ରିୟା ଶବ୍ଦ ଝିଙ୍କାରୀ ଯାଏ ତନୁ

ଆଜି ସିନା ଗୃହେ ବନ୍ଦୀ ପ୍ରିୟା ଠାରୁ ଦୂରେ ।


ମର୍ମାହତ ପ୍ରେମ ଆଜି ଅଦୃଶ୍ୟ ରୋଗରେ

ସଜ ସଜ ଶରୀରରେ ଖୋଜିଲା ନିଜ ବାସ

ପ୍ରେମ ଯେବେ ଦୂର ଆକାଶେ ଚିତ୍ର ହୋଇଗଲା

ପର ଘରେ ମର ଜୀବନ ଶାନ୍ତି ପାଇଗଲା ।


Rate this content
Log in