STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ଗୃହ ବନ୍ଦୀ - ୧୩

ଗୃହ ବନ୍ଦୀ - ୧୩

1 min
11.4K

ସହର ଶୋଇଛି ନିଘୋଡ ନିଦରେ

ମୁଁ ରହିଅଛି ଚେଇଁ, 

ଆଖି ପତାରେ ତ ପଲକ ପଡେନା

କାହା ବାଟ ଅଛି ଚାହିଁ ll


ଅଳକାପୁରୀରେ ସମ୍ବାଦ ଦେବାକୁ

ଯକ୍ଷ କରିଛି ଅପେକ୍ଷା , 

ବିରହିଣୀ ତେଣେ ଚାହିଁ ବସିଅଛି

ଉନ୍ମୁକ୍ତ ରଖି ଗବାକ୍ଷ ll


ବନ୍ଦୀ ଜୀବନଟା ଦୁର୍ବିସହ ଏଠି

ଦିନ ଲାଗେ ବର୍ଷ ପରି, 

ପ୍ରିୟାର ବିହୁନେ କେମିତି ବଞ୍ଚିବି

ଆଖି ଲୁହ ଓଠେ ପିଇ ll


ଶହେ ଶ୍ରାବଣର ଧାରା ପରି ବହେ

ମୋ ପ୍ରିୟା ଆଖିର ଲୁହ, 

ମରମଟା ଯାଏ ପୋଡିଜଳି ସିନା

ଛାତିରେ ଉଠୁଛି କୋହ ll


ତେର ଦିନ ଲାଗେ ତେର ବର୍ଷ ପରି

ସତେ ଅବା ବନ ବାସ, 

ପ୍ରିୟାକୁ ପାଇଲେ ରଙ୍ଗ ଭରିଦେବି

ବୁହାଇବି ଅଣଚାଶ ll               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance