STORYMIRROR

Jayashree Maharana

Romance

3  

Jayashree Maharana

Romance

ଭିଜାଇଲ ପୀରତିରେ

ଭିଜାଇଲ ପୀରତିରେ

1 min
159

ଫଗୁଣର ମହକରେ ନିତି ସଞ୍ଜ ସକାଳରେ

ନାନାରଙ୍ଗୀ କୁସୁମରେ ସୁସଜ୍ଜିତ ସବାରିରେ

ଟିପି ଟିପି ଚନ୍ଦନରେ ବଧୂବେଶେ ଧୀରେଧୀରେ

ହୃଦୟର ଅଗଣାରେ ପହଞ୍ଚିଲ ପ୍ରେୟସୀରେ ।


ପାଉଁଜିର ମଧୁ ସୁରେ ହୃଦୟର ସ୍ପନ୍ଦନରେ

ଶିହରଣ ଭରିଲାରେ ହଜିଗଲି କ୍ଷଣିକରେ

ନିରୀହ ସେ ନୟନରେ ପ୍ରୀତିସୁଧା ସତେ ଝରେ

ବାନ୍ଧିହେଇଗଲି ଥରେ ଅଜାଣତେ ନୀରବରେ ।


ଚନ୍ଦ୍ର ପରି ବଦନରେ ସ୍ମିତହାସ୍ୟ ଓଠଧାରେ 

ମୃଦୁ ମନ୍ଦ ମଳୟରେ ଅମାନିଆ ପଣତରେ

ମୋ' ମନର ଇଲାକାରେ ଭ୍ରମୁଥିଲ ଆନନ୍ଦରେ

ଅପସରି ଭାବନାରେ ତୋଳିନେଲି ବକ୍ଷ ପରେ ।


ଅର୍ଦ୍ଧନିଶା ପ୍ରହରରେ ସପନର ପରଶରେ

ଲଜ୍ଜ୍ୟା ତେଜି କାମିନୀରେ ଭିଜାଇଲ ପୀରତିରେ ।








Rate this content
Log in

Similar oriya poem from Romance