ପଦଟିଏ ତୋ ନାଁରେ ପ୍ରିୟା-୮
ପଦଟିଏ ତୋ ନାଁରେ ପ୍ରିୟା-୮
ଚାତକ କି କେବେ ବର୍ଷାକୁ କହେ
ଆସ ନାହିଁ ତୁମେ ଆସ ନାହିଁ
ପିକ ବସନ୍ତକୁ ବାରତା ଦିଏ କି
ଅଧା ବାଟୁ ଫେରିଯିବା ପାଇଁ ?
ଗୋଲାପ କି କେବେ ମନା କରିପାରେ
ପରଜାପତିର ଚୁମ୍ବନ
ପଙ୍କଜ କି କେବେ ମନା କରିପାରେ
ନ ଦେଖିଲେ ଅଂଶୁ ବଦନ ?
ଶ୍ୟାମ ଗିରିରାଜ ଚୂଡ଼ାରେ ବଉଦ
ଦେଖି ଶିଖି କିବା ସ୍ଥିର ରହେ
କଦମ୍ବ ମୂଳରେ କୃଷ୍ଣ ନିରୋଳାରେ
ବସିଲେ କି ତାର ଶୋଭାପାଏ ?
କିପରି ଲେଖିଲୁ ଜୀବନ ଧନ ମୋ
ମୋତେ ତୁମେ ଭୁଲି ଯାଅ ବୋଲି
ସପନ ସାଗରେ ଓଦା ବାଲି ପରି
ତୋ ପ୍ରେମ ଥିଲା କି ଓଦା ବାଲି ?

