STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ଜହ୍ନ ତୁ ଏମିତି ========

ଜହ୍ନ ତୁ ଏମିତି ========

1 min
11.8K


ଚନ୍ଦ୍ରମା ଗୋ ତୁମେ ତମସା ବୁକୁରେ 

ଲକ୍ଷ ତାରକା ମେଳେ, 

ଶୀତଳ ପରଶେ ଛୁଇଁ ଯାଏ ତନୁ 

ଅଦିନେ ଚମକ ଖେଳେ ll


ନଭ ମଣ୍ଡଳର ପରୀଟିଏ ପରି 

ହସୁଥାଅ ଖିଲିଖିଲି, 

କୁମୁଦ ପ୍ରକାଶେ ତବ ଆଗମନେ 

ନିଶାଚର ହୁଏ ଭାଳି ll


କେତେ ପ୍ରେମ ପକ୍ଷୀ ତୋ ଜୋଛନାରେ

ମିଳନେ ଆତ୍ମହରା, 

କବି ଲେଖନୀରୁ ସ୍ୱତଃ ଝରିଯାଏ 

କବିତାର ଫଲ୍ଗୁଧାରା ll


ସଜ କୁଆଁରୀର ଅଳସୀ ବୟସ 

ତୋ ସାଥେ ଅଳସ ଭାଙ୍ଗେ,  

ଆକଣ୍ଠେ ମଦିରା ପାନେ ବିଭୋର 

ବିହରଇ ପ୍ରେମୀ ସଙ୍ଗେ ll


ବିଚ୍ଛୁରିତ ସ୍ନିଗ୍ଧ ରୁପେଲୀ କିରଣ 

ଧରାରୁ ସରା ଯାଏ, 

ମିଳନ ଆନନ୍ଦେ ଚକୋର ଚକୋରୀ 

ନିତି ଝୁରି ମାରୁଥାଏ ll


ମା କୋଳେ ଶିଶୁ ଥାଇ ଶୁଣେ ଯେବେ 

କହୁଥିଲେ ହସି ହସି, 

ମୋ କାହ୍ନୁ ହାତରେ ପଡିବୁ କି ଖସି 

ଆ ତୁ ସରଗଶଶୀ ll


ବିଧିର ବିଧାନ ବଡ ବିଚିତ୍ର ଯେ 

କେମିତି ବର୍ଣ୍ଣିବି ତାହା, 

ଚନ୍ଦ୍ରକଳା ବୃଦ୍ଧି ହ୍ରାସର ସତ୍ତ୍ଵର 

ନିୟତି ଲେଖିଛି ଯାହା ll


ଅନ୍ତର ଉଚ୍ଛ୍ଵାସ ଭରିଯାଏ ସିନା 

ତୋ ରୂପ ଦରଶନେ, 

ଜହ୍ନ ତୋତେ ଦେଲି ପୁନେଇଁ ରାଣ ଲୋ 

ଆସୁଥାଆ ସବୁ ଦିନେ ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance