ପ୍ରେମ ଏକ ଫୁଲ
ପ୍ରେମ ଏକ ଫୁଲ
ପ୍ରେମଫୁଲ ବାସେ ବାସତା' ଚହଟେ
କୋମଳ ପ୍ରୀତି ପରଶେ ,
ପ୍ରେମର ମର୍ଯ୍ୟାଦା ରଖହେ ସର୍ବଦା
ସର୍ବକାଳ ଅବକାଶେ ॥
ପ୍ରେମପ୍ରେମୀ ଗଣ ପ୍ରେମତତ୍ତ୍ୱ ଭୃଣ
ଆବିଳତା ରଖନାହିଁ ,
ପ୍ରେମ ସୁକୋମଳ ସମତୁଲ ଫୁଲ
ସୃଷ୍ଟିରେ ଅପୂର୍ବ ସେହି ॥
ପ୍ରେମବସା ହସେ ଆଦର ଯତ୍ନରେ
ଶାବକ ପ୍ରୀତି ସନ୍ତକ ,
ସ୍ଵର୍ଣ୍ଣୀମ କୁଟୀର ପ୍ରେମର ମନ୍ଦିର
ପ୍ରେମିକା ମୁକ୍ତା ମାଣିକ ॥
ଆସ ପ୍ରେମପ୍ରେମୀ ପ୍ରେମେ ଯିବା ମଜ୍ଜି
ଅହଙ୍କାର ଦେଵା ପୋଛି ,
ପ୍ରେମଫୁଲ ପରି ପାଖୁଡାକୁ ମେଲି
ସନ୍ଦେଶ ଦେବାତ କିଛି ॥
ପ୍ରେମରେ କଳଙ୍କ ନୁହେଁ ଶୁଭଙ୍କର
ବୀରହକୁ ଦେଵା ଜାଳି ,
ପ୍ରତାରଣା କେବେ କରନାହିଁ ଭବେ
ପ୍ରେମଟା ନସାଜୁ କଳି ॥
ପୁଷ୍ପେ ବିମଣ୍ଡିତ ହେଉ ପ୍ରେମମିତ
କୋମଳତା ଯାଉଭରି ,
ପ୍ରେମମୂଲ ପାଇ ପ୍ରେମିକା ସୁନ୍ଦରୀ
ପ୍ରେମିକକୁ ହେଉ ଝୁରି ॥
ଭାବନା ରାଇଜେ ପ୍ରେମିକା'ଯେ ହସେ
ସ୍ଵପ୍ନର ବିଭୋର ହୋଇ ,
ଆସ ମନମିତ ପ୍ରେମିକ ରସିକ
ପ୍ରତୀକ୍ଷାରେ ଅଛି ମୁଇଁ ॥
ପ୍ରେମ ଫୁଲପରି କୋଳେ ନିଅ ତୋଳି
ମହଲ ହେଵ ପୁଷ୍ପିତ
ନୂଆ ସପନରେ ହଜିଯିବି ପ୍ରେମେ
ହସି ହସାଇବି ସତ ॥
ସୁଖର ସଂସାର ହେଵ ମହକିତ
ଦୁନିଆଁ ଜାଣିବ ସତ ,
ପ୍ରେମର ଆଦର୍ଶ ମହକିତ ପୁଷ୍ପ
ପ୍ରେମପ୍ରେମୀ ମନମିତ ॥

