STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ଗୃହ ବନ୍ଦୀ - 20

ଗୃହ ବନ୍ଦୀ - 20

1 min
11.8K


ଅସହ୍ୟ ଯନ୍ତ୍ରଣାରେ ଛଟପଟ 

ଏକ ନିଃସହାୟ ପ୍ରେମିକ 

ପ୍ରେମିକାର

ତାଚ୍ଛଲ୍ୟ ତିରସ୍କାରରେ ll


ସମୟ ସୁଅରେ 

ବଦଳି ଯାଇଥିବା ଏକ 

ମାୟାବିନୀ ବୁଢୀ ଅସୁରୁଣୀର 

ଫରୁଆ ଭିତରେ ଥିବା 

ଜୀବନ ନାଟକାର 

ସନ୍ଧାନରେ ll


ଜୀବନକୁ ତିଳ ତିଳ କରି 

ମାରୁଥିବା ଏକ 

ବିଫଳ ପ୍ରେମିକ 

ବିକୃତ ମସ୍ତିଷ୍କ 

ପରାସ୍ତ ନାୟକ

ଭୂମିକାରେ ll


ପ୍ରେମ କଣ ଏକ 

ଆଈ ମା କାହାଣୀ 

ନା ଜେଜେଙ୍କ ଗୁଲି 

ନା ପରୀ ରାଇଜର ସନେଟ୍

ଅବୁଝା ମନକୁ 

ବୁଝାଇବାରେ ll


ବଢି ଚାଲେ 

ଭୋଦୁଅ ମାସିଆ ନଈ ବଢି 

ଅବା ଶ୍ରାବଣ ଝଡି 

କିମ୍ବା ମାଘର କାକର 

କୁହୁଡିରେ ll


କାଳ କୋଠରୀର 

ବନ୍ଦୀ କାରାଗାରରେ 

ଗୃହବନ୍ଦୀର ଜୀବନ 

କାଟୁଥିବା ନିରସ୍ତ୍ର 

ଯୋଦ୍ଧା ଭାବରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance