ଶୃଙ୍ଖଳ ଖୋଲା ସମ୍ବିଧାନ
ଶୃଙ୍ଖଳ ଖୋଲା ସମ୍ବିଧାନ
କେତେ ବା ଚୂପ ରହିବ
କହିଲ ଦେଖି !
କେତେ ବା କୁଲୁପ ପକେଇବ
କୃତୁକୁତୁ ଭାବନା ସିନ୍ଦୁକରେ
କେତେ ବା ଧୌର୍ଯ୍ୟବାଣ ଛିଣ୍ଡେଇବ
ହୁତୁହୁତୁ ପ୍ରଶ୍ନ ତୃଣୀରରେ
ଭାବି କହିବକି !
କୈଫୟତ ଦେଇ ଦେଇ
ହାଲିଆ ଲାଗିଲାଣି
ସନ୍ତୁଷ୍ଟ କରି କରି ନିଜକୁ
ଖରାପ ଭାବିଲିଣି
ସତରେ ମୁଁ କ'ଣ ଆମ ଗାଁ
ତଳ ସାହିର ମାଇଚିଆ
ଗୋଖେଇ ସାହୁ ଟାଇପର
ମାଇପ ହାତରୁ କହୁଣି ଖାଉଛି
ପ୍ରତିବାଦ କରିବାକୁ ଛାତି ତଳେ
ପୁରୁଷତ୍ବ ଫେରାର
ତ୍ୟାଗ କରିବା ଭଲ ମାତ୍ର
କେତେଥର ଆଉ କେତେଦିନ
ସାହାଯ୍ୟ କରିବା ମାନବ ଧର୍ମ ମାତ୍ର
ପ୍ରତିଦାନରେ ଥଟ୍ଟା ପରିହାସ ର
ଟାହି ଟାପରା ମିଳିଲେ
ଛାତି ଭିତରେ କେମିତି ଗୋଟେ
ଝଡ ମାଡିଆସେ
ଦୁର୍ଦ୍ଦିନ ହୁତାସନ ।
ଜାଣିଗଲି
ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଯାହା
ନିକିତିରେ ବେଙ୍ଗ ଓଜନ କରିବା ସ୍ଵାହା
ଖାଲି ଡେଉଁଥିବେ
ରାଗ ଚାରିଗୁଣ ବଢ଼ଭ ଥିବେ
ନୂଆ ଅଧ୍ୟାୟ
ତୁଣ୍ଡି ଖୋଲା ଜୀବନ
ନୂଆ ନିୟମ
ଶୃଙ୍ଖଳ ଖୋଲା ସମ୍ବିଧାନ ।