STORYMIRROR

Rama chandra Pradhan

Tragedy

3  

Rama chandra Pradhan

Tragedy

ଶ୍ରମିକର ଦୁଃଖ

ଶ୍ରମିକର ଦୁଃଖ

1 min
11.6K

ଶ୍ରମିକର ଦୁଃଖ ଦେଖି ଏ ସମାଜ   କୁମ୍ଭୀର କାନ୍ଦଣା କାନ୍ଦେ 

ବୁଝନ୍ତିନି କେହି ତା' ଦୁଃଖ ଦୁର୍ଦ୍ଦଶା   ଠିଆ ହୋଇ ଭଲମନ୍ଦେ... 

ଶ୍ରମିକ ବିଚରା କରୁଥାଏ ଶ୍ରମ    ନ ପାଇ ଶ୍ରମର ମୂଲ୍ୟ 

ପେଟ ପାଇଁ ସିଏ ଖଟି ଖଟି ମରେ    ଗଣା ହୋଇ ପଶୁତୁଲ୍ୟ... 

ଯାତନା ତାହାର ଚିର ସହଚର    ଦିନହୀନ ନିଷ୍ପେସିତ 

ଶୋଷଣର ସିଏ ପ୍ରଥମ ଶିକାର    ହୋଇ ସଦା ପରାଜିତ... 

ଦୁନିଆରେ ଯେତେ ବିନିର୍ମାଣ କାମ    ସବୁଥିରେ ତାର ହାତ  

କଳ କାରଖାନା ଯେତେ ପ୍ରତିଷ୍ଠାନ    ତା' ବିନା ପାଲଟେ ଖତ...

ଦିବସ ରଜନୀ ଏକା କରିଦେଇ    ଗଢ଼େ ସେ ସୁନାଭାରତ 

ତଥାପି ମିଳେନି ସମ୍ମାନ ଟିକିଏ     ହୁଅଇ ଅବହେଳିତ... 

ଖଣି ଖାଦାନରୁ ଇଟାଭାଟି ଯାଏ   ସବୁଠି ପଡେ ସେ ଖୋଜା 

କଳା କୋତରାରେ ଧୂଳି ଧୂସରରେ    ପାଉ ଥାଏ ସିଏ ସଜା... 

ତା' ଚାଳ ଛପର ଭଙ୍ଗାଘର ଦେଖି    ଭାଗ୍ୟକରେ ଉପହାସ  

ତଥାପି ନ ହାରି ଗଢ଼େ କୋଠାବାଡ଼ି    ମୁହଁରେ ଫୁଟାଇ ହସ... 

ମର୍ଯ୍ୟାଦା ସଂପନ୍ନ ଆଜିର ଏ ଦିନ    ଭୁଲନି ତା' ଅବଦାନ 

ସେ ପରା ଅଟଇ ଅମୃତ ସନ୍ତାନ   ତା' ପାଦେ କୋଟିନମନ... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy