STORYMIRROR

BISWESWAR MAJHI

Comedy

3  

BISWESWAR MAJHI

Comedy

ଶ୍ରୀରାମ ମନ୍ଦିର ଶିଳାନ୍ୟାସ

ଶ୍ରୀରାମ ମନ୍ଦିର ଶିଳାନ୍ୟାସ

1 min
34

ନିଃଶ୍ୱାସରେ ରାମ ପ୍ରଶ୍ୱାସେ ରାମ

କେଉଁ ମନ୍ଦିରରେ ରଖିବା ଭ୍ରମ।

ଶିଳାନ୍ୟାସ ହେଲା ଭବ୍ୟ ମନ୍ଦିର

ରାମ ରାଜ୍ୟ ହେବ ଦେଶ ଆମର।

ରୂପା ଇଟା କିଏ ସୁନା ପଦକ

ଦାନ କରୁଛନ୍ତି ବେ ଧଡକ।

କରୋନା କାଳରେ ଦୁଃଖୀଙ୍କ ପାଇଁ 

ଖୁଦ କଣିକାଟେ ନ ଦେଲ ସାଇଁ। 

ଚାଲି ଚାଲି ପାଦୁ ଝରିଲା ରକ୍ତ

କଅଁଳ ଜୀବନ ଯମ ଆସକ୍ତ।

ନିରାଡମ୍ବର ସେ କୌଶଲ୍ୟା ସୁତ

କେଉଁ ଆଡମ୍ବରେ ହେବେ ଉଷତ !

ଦୂରତା ନିୟମ ଖୋଲା ଉଲ୍ଲଘଂନ

କରି ହେଉଛି ଏ ଭୂମି ପୂଜନ।

ଜମାତୀଙ୍କୁ ଆମେ ଧିକ୍କାର କଲେ

ସାଧୁ ସନ୍ଥ ଦେଖି ମଉନ ହେଲେ।

ମର୍ଯ୍ୟାଦା ପୁରୁଷ ମର୍ଯ୍ୟାଦା ହାନି

ସ୍ପଷ୍ଟ ଦିବାଲୋକେ ଏ ରାହାଜାନୀ।

ରଥଯାତ୍ରା ବେଳେ ଏତେ ନିୟମ

ବିନା ଭକ୍ତେ ଯଦି ହେଲା ପାଳନ।

ଆଜି କିଆଁ ଏତେ ମହାଡମ୍ବର

ସୁପ୍ରିମ୍ ଗଲେ କି ମହା ସ୍ଲମ୍ବର।

ରାମ ରାମ ରାମ ସୁଦୟା କର

ଅଜ୍ଞାନ ଜନଙ୍କୁ ଜ୍ଞାନ ବିତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy