STORYMIRROR

sasmita tripathy

Comedy Classics Inspirational

3  

sasmita tripathy

Comedy Classics Inspirational

କାନ୍ଦୁଛି ଲଣ୍ଠନ ହସେ ଏଲ୍ଇଡି

କାନ୍ଦୁଛି ଲଣ୍ଠନ ହସେ ଏଲ୍ଇଡି

1 min
182


କାନ୍ଦୁଛି ଲଣ୍ଠନ ହସେ ଏଲ୍ଇଡି 

ଦାନ୍ତ ଦେଖାଇ ସେ ଧାଡି କୁ ଧାଡି 


ଏଲ୍ଇଡି କହୁଛି ଲଣ୍ଠନ ଜେଜେ

ଆଜିକାଲି କିଏ ତୁମ କୁ ଖୋଜେ 


ଜମାନା ତୁମର ଗଲାଣି ଚାଲି 

ସଭିଏଁ ତୁମକୁ ଗଲେଣି ଭୁଲି 


ତୁମ ଠୁ ଉଜ୍ଜ୍ୱଳ ଆଲୋକ ମୋର 

ଘରେ ଘରେ ମୋର ଭାରି ଆଦର 


କହିଲା ଲଣ୍ଠନ ଲୁହକୁ ପୋଛି 

ଇତିହାସରେ ମୋ ସ୍ମୃତି ରହିଛି 


ଦିନ ଥିଲା ମୋର ଥିଲା ଆଦର 

ସେବେ ତୁ ନଥିଲୁ ନାତିଆ ମୋର 


ଗାଁଆ ରୁ ସହର ପୁର ଠୁ ପଲ୍ଲୀ 

ଦିଶୁଥିଲି ଦିନେ ମୁଁ ଝିଲିମିଲି 


ଶଗଡିଆ ର ମୁଁ ପରମ ମିତ୍ର 

ସାଥିରେ ନିଏ ସେ ମୋତେ ସର୍ବତ୍ର


ଏବେ ବି ଜୀବନ୍ତ ଅସ୍ତିତ୍ବ ମୋର 

ଜଳଇ ମୁଁ ମତଦାନ କେନ୍ଦ୍ରର 


ଗରବ କରନା ଯୁବକ ମାନେ 

ପୁରାତନ ହୁଏ ନବୀନ ଦିନେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy