STORYMIRROR

Prasanna Rana

Comedy

3  

Prasanna Rana

Comedy

ବୈଦେଶିକ ଗିଲାସ

ବୈଦେଶିକ ଗିଲାସ

1 min
124

ବୋତଲକୁ ଆଲିଙ୍ଗନ କରି ଯେହ୍ନେ ବି ସେବନ

ହରେ ମାନସିକ ଚାପ ଦାରୁ ଧାରା ସେ,

ବହେ ମଦର ପ୍ଳାବନ ଉଚ୍ଛନ୍ନ ବନ୍ୟା ସମାନ 

ପୂରିତ ହୋଇଛି ଦେଶ ମହୁଲି ରସେ, 

ପଥପ୍ରାନ୍ତ ଜନପଦରେ,

ଉଛୁଳେ ଦେଶୀ ବିଦେଶୀ ବେନି ମଦରେ ।


ଆତ୍ମମଦ, ଆତ୍ମମୋଦ ଓକାର ଭେଦ ଶବଦ 

ମଦ ସେବନେ ସଂଜାତ ଜାଣେ ଜଗତ,

ମଦପାନେ ବିଶାରଦ ମଦରେ ନିତ୍ଯ ସେବିତ

ଡାକ ନ ଶୁଣନ୍ତେ ଧର୍ମପତ୍ନୀ କଥିତ,

"ଲକ୍ଷ୍ମୀଛଡ଼ା ପ୍ରାୟେକ ତୁହି,

ଘର କୁଟୁମ୍ବ ନ ଦେଖୁ ମଦୁଆ ହୋଇ" ।


"ନୁହଇ ମୁହିଁ ଭକୁଆ ବୋଇଲା ତହୁଁ ମଦୁଆ 

ଶୁଣିଲିଣି କେତେ ବଦଖର୍ଚ୍ଚୀ ଅବଳା,

ସ୍ୱାମୀ କଷ୍ଟାର୍ଜିତ ଧନ ଶାଢ଼ି ଚୁଡ଼ି ପ୍ରସାଧନ 

କ୍ରୟରେ ବାତୁଳୀ ହେଲେ ବୁଡ଼ିବ ଭେଳା,

ପର ପାଇଁ ଅର୍ଜି ସମ୍ପଦ,

ସଞ୍ଚିତ ରଖିବି କିଆଁ ନ ପିଇ ମଦ" ।


ବଢ଼ାଇ ଦେଲେ ଗିଲାସ ଧର୍ମପତ୍ନୀ ସ୍ୱାମୀ ପାଶ

ସରାଗେ ଚାଖଣା ଦେଇ ପଣତେ ପୋଛି,

ଟାଟାରେ ପାନ ଯେ ମଦ ନୋହିଛି ବିର୍ଲା ବିଷାଦ 

ନ ପାଇ ଅମ୍ବାନୀଭ୍ରାତ ପାନକୁ ଇଚ୍ଛି,

ଅଜ୍ଞାନ ମଦୁଆ ପିଇଲା,

ମଦମୁକ୍ତି ଅଭିଯାନ ବାନା ବୁଡ଼ିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy