ଶ୍ରୀରାଧା
ଶ୍ରୀରାଧା
କଦମ୍ବ ର ତଳେ ଏବେ ଯେବେ
ଶୁଭେ ବଇଁଶିର ସୁର |
ମନ ମୋ ଖୋଜଇ ନୀଳ ବରନ ସେ
ଶ୍ୟାମଳ କାହ୍ନୁର ମୁହଁ |
ତମାଳ ଫୁଲଟେ ଯେବେ ଫୁଟେ
କଳିକାକୁ ଚିରି |
କୃଷ୍ଣ ର ବିରହ ଜାଳିଦିଏ ବୁକୁଚିରି |
ଘଞ୍ଚ ଚୁତଡାଳେ ଯେବେ
ଶୁଭେ କୋକିଳର କୁହୁ
ଉର୍ଦ୍ଧ ଶ୍ବାସ ମୋର ବହିର୍ଭୁତ ହୁଏ ଦେହୁ |
କଳାଶାରୀ ଯେବେ ଡାକେ
କୃଷ୍ଣ କୃଷ୍ଣ କରି
ହୃଦୟକୁ ମୋର ପକାଏ ଘାଣ୍ଟି ବିଦାରି |
ଘନ ନୀଳ ମେଘ ଯେବେ ବିଜେ ଆକାଶରେ |
କେକା ଯେବେ ନାଚେ ମିଳନର ଉନ୍ମାଦରେ |
ସେତେବେଳେ କିଏ ପ୍ରହାରଇ ମୋ ହୃଦୟେ |
ଶାବଳର ଚୋଟ ସହେ ମୋ କୋମଳ ଦେହେ |
ରୋମାଞ୍ଚ ବିରହେ ଥରିଯାଏ ମୋର କାୟା
ହୃଦୟରୁ କୋହ ବହିର୍ହତ ହୋଇ
ଛନ୍ଦେ ତାର ମୋହ ମାୟା |
ତ୍ୟଗମୟ ମୋର ନିସ୍ବାର୍ଥ ପ୍ରେମର
ଯବନିକା ଯାଏ ଡେଇଁ |
ଆଖିରୁ ଦି ଟୋପା ଲୁହ ଝରିବାକୁ
ହେଉଥାଏ ହାଇଁପାଇଁ ||