ସହରୀ ସପନ
ସହରୀ ସପନ
ସହରୀ ସପନ ଦେଖିବାକୁ ମନ
ଭାବୁ ଆଗ ଗ୍ରାମ ବୃନ୍ଦାବନ
ଚାକ ଚକ୍ୟ ନଥିଲେ ବି ଅଛି ଆଶ୍ଵାଦନ
ସହରେ ମିଳେ ନାନାଦି ଦରବ ଗାଁରେ ହୁଏ ଉତ୍ପନ୍ନ
ଚାଷୀ ଭାଇ ରହି ଗାଁରେ ଦେଖାଏ ସୁନେଲି ସପନ
କେତେକ ସୁବିଧା ଅଛିତ ସହରେ ନିଶ୍ଚୟ
ମାନିବାକୁ ହେବ ଅଭିଧାନ
ସହର ଓ ଗାଁ ପରସ୍ପର ପରିପୂରକ
ଏକଥା ବୁଝିଥା ବାଇମନ
ଗ୍ରାମ ନଥିଲେ ସହରୀ ସଭ୍ୟତା ସାତ ସପନ
ପଢିବାକୁ ଆଗକୁ ବଢିବାକୁ ସହର ଅଟଇ ଧନ
ଗ୍ରାମରେ ଥାଇ ବିଲକୁ ଯାଇ ଦେଶ ରକ୍ଷା ଯେ କରଇ
ସେ ବି ମହାନ ଜନ
ଗ୍ରାମରେ ଅବା ସହରରେ ହେଉ ଜନ୍ମ
ନୈତିକତା ଥିଲେ ଧର୍ମ କର୍ମ ଆଚାରିଲେ
ସମ୍ପୂର୍ଣ୍ଣ ହେବ ଜୀବନ
ସହର ଯଦି ମନ ଗ୍ରାମ ହେଉ ଜୀବନ
ସହର ସଂସ୍କୃତି ସହର ଭିତ୍ତି ଗ୍ରାମରୁ ଆସିଛି ଜାଣ
ସହରୀ ସଭ୍ୟତା ସବୁ ନୁହେଁ ଭଲ ଦେଖାଇବା ନୀତି
ଆଦର୍ଶ ନୀତି ଅନୀତି ବିହୀନ
ସହର ହେଉ ଅବା ଗ୍ରାମ ଦୁହେଁ ଦୁହିଁଙ୍କ ଜୀବନ ଧନ
ଜଣେ ଜଣଙ୍କ ପାଇଁ ପରକେ ନୁହଁଇ
ଏକଥା ରେ ରହୁ ମନ ଚେତନା ବହନ ll
