STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ସହରୀ ଜୀବନ

ସହରୀ ଜୀବନ

1 min
404

ସହରୀ ଜୀବନ ଭାରି ପ୍ରଦୂଷଣ

   କିଣା ହୁଏ ଅମ୍ଳଜାନ,,

ଘୁଉଁ ଘାଆଁ ଭୀଷଣ କି ଯାନବାହାନ

    ଅଙ୍ଗାରକାମ୍ଳ ପରିମାଣ l(1)


ସହରୀ ଜୀବନ ବଢ଼ାଏ ଫେସନ

    ସଦା ବାହ୍ୟ ଆକର୍ଷଣ,,

ଧରି ଅଭିମାନ କର ଉପାର୍ଜନ

    ଖଟି ଖଟି ରାତି ଦିନ l(2)


ସହରୀ ଜୀବନ ନାହିଁ ସନମାନ

    ଧନୀ, ବଡ଼ଲୋକି ପଣ,,

ମମତା ବର୍ଜନ  ଅଧିକ ଅର୍ଜନ

     ନ ଥାଏ ସଂସ୍କୃତି ଗୁଣ l(3)


ସହରୀ ଜୀବନ ସାମାଜିକ ହୀନ

    ପରିବାର ଖିନ୍ନଭିନ୍ନ,,

ଅର୍ଥ ପଛେ ମନ ମୁଜି ଆଖି କାନ

    ଟଙ୍କା ଗଦାରେ ଶୟନ l(4)


ସହରୀ ଜୀବନ କଦର୍ଯ୍ୟ ପବନ

     ଅଳିଆ ପୂର୍ଣ୍ଣ ଆବର୍ଜନ,,

କଂକ୍ରିଟ ଭବନ ନାହିଁ ବୃକ୍ଷ ବନ

     ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ l(5)


ସହରୀ ଜୀବନ ଉଦ୍ଧତ ଯୌବନ

    ପ୍ରମୋଦେ- ନାରୀ-ଉଦ୍ୟାନ,,

କାମିନୀ କାଞ୍ଚନ ଲୋଭିଲା ନୟନ

   ପାର୍ଲର ବୋଳା ବଦନ l(6 )


ସହରୀ ଜୀବନ ରାଜା ଝିଅ ମନ

    ଦିବସେ ଦିଶଇ ଜହ୍ନ,,

ଗଳି କନ୍ଦି କୋଣ, ଖୋଜି ବାପ ଧନ !

    ନ ପାଅ ବୃଥା କଷଣ l(7)

     

ସହରୀ ଜୀବନ ଚଢ଼ି ବ୍ୟୋମଯାନ

    ବୁଲିବା ରୁଷ କି ଜାପାନ,

କାହିଁ ସୁରା ପାନ  ଡି,ଜେ ନୃତ୍ୟ ଗାନ

     ବିଳମ୍ବ ରାତ୍ରେ ଭୋଜନ l(8)


ସହରୀ ଜୀବନ ନୂଆ ରୋଗ ଆଣ

   ଯାଇଣ ଖଟି ଦାଦନ,,

 ବୋଲ ମୋର ମାନ, ନ ମାନି ଆଇନ

    ବରିଲ ଗାଆଁ ଶ୍ମଶାନ l(9)


ଗ୍ରାମୀଣ ଜୀବନ ଅଟଇ ଚନ୍ଦନ

   ନ ଥାଉ ବର୍ଗର ଚୌମିନ,,

ମୀନ ଧାନ ପାନ ଏଠି ଉତ୍ପାଦନ

    ପୋଷେ ସହରୀ ଜୀବନ l(10)

    

ସହରୀ ଜୀବନ କୃତ୍ରିମରେ ପ୍ରାଣ

     ସବୁ ଥାଇ ମୂଲ୍ୟ ହୀନ,,

ତଥାପି ଗ୍ରାମୀଣ ହୁଏ ଧାବମାନ

    ଦେଖି ଚାକଚକ୍ୟ ସ୍ବପ୍ନ l(11)



Rate this content
Log in

Similar oriya poem from Abstract