ଶ୍ରୀ ଗୁରୁ ନାନକ
ଶ୍ରୀ ଗୁରୁ ନାନକ
ଶ୍ରୀ ଗୁରୁ ନାନକ ଶିଷ୍ଯ ମର୍ଦ୍ଦାନନ
ପହଞ୍ଚିଲେ ଶ୍ରୀକ୍ଷେତ୍ରରେ
ପଦ ଯାତ୍ରା ପଥ ଦୀର୍ଘ ଥିଲା ସିନା
ରହି ବାଉଳି ମଠରେ।
ସନ୍ଧ୍ୟା ସମୟରେ ପଟ୍ଟଶିଷ୍ୟ ତାଙ୍କ
ସିଂହଦ୍ୱାର ଅତିକ୍ରମି
ଗୁମଟ ମଧ୍ୟକୁ ପ୍ରବେଶ ପଥରେ
ବିରୋଧ ମନ୍ତବ୍ୟେ ଭ୍ରମି।
ନ ଯାଇ ପାରି ସେ ଅନୁନୟ କରି
କହିଲେ କ୍ଷୁଧାତ୍ତ୍ତ ଗୁରୁ
ମହା ପ୍ରାସାଦରେ ଜାତିଭେଦ ନାହିଁ
ଜଗନ୍ନାଥ ମହମେରୁ।
ଧକ୍କା ଓ ଗୋଇଠା ତିରସ୍କାର ଶୁଣି
ଶିଷ୍ୟ ଯେ ଆସିଲେ ଫେରି
ଗୁରୁଙ୍କନିକଟେ ସବୁ ବଖାଣିଲେ
ପ୍ରତି କଥା ଗୋଟି କରି।
ନାନକ ବ୍ଯଥିତ ମନରେ ଅଶାନ୍ତି
ଏକି କଲ ପ୍ରଭୁ ତୁମେ
ପଥ ପରିଶ୍ରମ ପଣ୍ଡ କରିଦେଲ
ନ ଦେଇ ମୁଠାଏ ଅନ୍ନେ।
ପୁରୀ ଗଜପତି ପ୍ରତାପରୁଦ୍ର ଯେ
ସନ୍ଧ୍ୟା ଆଳତି ସମୟେ
ମନ୍ଦିରେ ପ୍ରବେଶି ଦେଖିଥିଲେ ଯାହା
ଆପାଦ ମସ୍ତକ ଭୟେ।
ଆଳତିର ଥାଳି ପୂଜକ ହାତରୁ
ବିଚ୍ୟୁତ ହୋଇତା ଶୂନ୍ୟେ
ଉଡି ଉଡି ଯାଇ ବାଉଳି ମଠରେ
ଜାଣିଲେ ନାନକଧ୍ୟାନେ।
ଗୁରୁ ନାନକଙ୍କ ପାଦ ତଳେ ପଡି
ରାଜା ଯେ ମାଗିଲେ କ୍ଷମା
ଏମିତି ମହିମା ଜଗନ୍ନାଥଙ୍କର
ଉଡାନ୍ତୀ କରୁଣା ବାନା।
