STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଶ୍ରୀ ଗୁରୁ ନାନକ

ଶ୍ରୀ ଗୁରୁ ନାନକ

1 min
143


ଶ୍ରୀ ଗୁରୁ ନାନକ  ଶିଷ୍ଯ ମର୍ଦ୍ଦାନନ

  ପହଞ୍ଚିଲେ ଶ୍ରୀକ୍ଷେତ୍ରରେ

ପଦ ଯାତ୍ରା ପଥ  ଦୀର୍ଘ ଥିଲା ସିନା

   ରହି ବାଉଳି ମଠରେ।

ସନ୍ଧ୍ୟା ସମୟରେ  ପଟ୍ଟଶିଷ୍ୟ ତାଙ୍କ

    ସିଂହଦ୍ୱାର ଅତିକ୍ରମି

ଗୁମଟ ମଧ୍ୟକୁ   ପ୍ରବେଶ ପଥରେ

 ବିରୋଧ ମନ୍ତବ୍ୟେ ଭ୍ରମି।

ନ ଯାଇ ପାରି ସେ ଅନୁନୟ କରି

    କହିଲେ କ୍ଷୁଧାତ୍ତ୍ତ ଗୁରୁ

ମହା ପ୍ରାସାଦରେ ଜାତିଭେଦ ନାହିଁ

    ଜଗନ୍ନାଥ ମହମେରୁ।

ଧକ୍କା ଓ ଗୋଇଠା  ତିରସ୍କାର ଶୁଣି

     ଶିଷ୍ୟ ଯେ ଆସିଲେ ଫେରି

ଗୁରୁଙ୍କନିକଟେ   ସବୁ ବଖାଣିଲେ

      ପ୍ରତି କଥା ଗୋଟି କରି। 

ନାନକ ବ୍ଯଥିତ ମନରେ ଅଶାନ୍ତି

    ଏକି କଲ ପ୍ରଭୁ ତୁମେ

ପଥ ପରିଶ୍ରମ    ପଣ୍ଡ କରିଦେଲ

     ନ ଦେଇ ମୁଠାଏ ଅନ୍ନେ।

ପୁରୀ ଗଜପତି    ପ୍ରତାପରୁଦ୍ର ଯେ

    ସନ୍ଧ୍ୟା ଆଳତି ସମୟେ

ମନ୍ଦିରେ ପ୍ରବେଶି  ଦେଖିଥିଲେ ଯାହା

    ଆପାଦ ମସ୍ତକ ଭୟେ।

ଆଳତିର ଥାଳି   ପୂଜକ ହାତରୁ

  ବିଚ୍ୟୁତ ହୋଇତା ଶୂନ୍ୟେ

ଉଡି ଉଡି ଯାଇ  ବାଉଳି ମଠରେ

    ଜାଣିଲେ ନାନକଧ୍ୟାନେ।

ଗୁରୁ ନାନକଙ୍କ  ପାଦ ତଳେ ପଡି

  ରାଜା ଯେ ମାଗିଲେ କ୍ଷମା

ଏମିତି ମହିମା  ଜଗନ୍ନାଥଙ୍କର

    ଉଡାନ୍ତୀ କରୁଣା ବାନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action