Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

ଶ୍ରୀ ଗଣେଶ

ଶ୍ରୀ ଗଣେଶ

1 min
297



ଜୟ ଜୟ ଗଣପତି ଗୌରୀ ନନ୍ଦନ

ଜୟ ହେ ଏକ ଦନ୍ତ ବିଘ୍ନ ବିନାଶନ

ତୁମ ନାମ ନେଲେ ଦୁଃଖ ହୋଇ ଯାଏ ଦୂର

ମୋ ସଙ୍କଟ ଦୂର କର ଆହେ ଗଣେଶ୍ଵର ।

 

ଭାଦ୍ରବ ମାସେ ପ୍ରଭୁ ତୁମ ପୂଜା ହୁଏ

ଅଗ୍ର ପୂଜ୍ୟ ତୁମ ରୂପ ଶୋଭା ପାଏ

ସିନ୍ଦୁର ବଦନ ତୁମ ଭାରି ସୁନ୍ଦର

ମୁଷିକ ବାହନେ ତୁମେ ବିଜେ କର ।


ତୁମେ ନାମ ନେଲେ ବିଦ୍ୟା ବୁଦ୍ଧି ହୁଏ

ଦୁବ ଚଢାଇଲେ ବିପତ୍ତି ସବୁ ଯାଏ

ତୁମେ ପରା ପ୍ରଭୁ ଏକ ଦନ୍ତ ହୋଇଲ

ବ୍ୟାସ ଦେବ ଙ୍କ ଗ୍ରନ୍ଥ ତୁମେ ଲେଖି ଥିଲ ।

 

ଆହେ ଗଣେଶ ତୁମେ ପାର୍ବତୀ ନନ୍ଦନ

ରିଦ୍ଧି ସିଦ୍ଧି ଦାତା ତୁମେ ଗଜାନନ

ଜୟ ଲମ୍ବୋଦର ଜୟ ମୁଷିକ ବାହନ

ତୁମେ କୃପା କଲେ ପୁଜିବି ଚରଣ ।


ଲେଖି ବାକୁ ତୁମେ ଦିଅ ହେ ସକତି

ତୁମ ନାମ ନେଲେ ଯାଏ ସବୁ ବିପତ୍ତି

ତୁମେ ଥିଲେ ଶତ୍ରୁ ହୋଇ ଯାଏ ଦୂର

କୃପା କରି ଥାଅ ମୋତେ ଆହେ ଗଣେଶ୍ଵର ।


Rate this content
Log in

Similar oriya poem from Classics