STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ସହରିଆ ବାବୁ

ସହରିଆ ବାବୁ

1 min
122

ସେମାନେ ତ ସହରିଆ ବାବୁ

ସରଗରୁ ଖସି ଆସିଛନ୍ତି

ଏକା ଥରକେ ହେଲେ ବଡ଼ ବାବୁ

ପିଲାଦିନ ତାଙ୍କର ଥିଲା କି

ବାପା ମାଆ ତାଙ୍କର କି ଥିଲେ

ସେମାନେ ତ ନିଜେ ନିଜର ଭାଗ୍ୟ ବିଧାତା

ପବନ ପିଇ ପିଇ ହୋଇଛନ୍ତି ବଡ଼

ଆଉ

ପାଣି ପିଇ ପିଇ ଖାଲି

ସରିଛି ତାଙ୍କର ଦିନ କାଳ

ଲଜ୍ଜା ନାହିଁ

ହେ ସହରିଆ ବାବୁ

ନିମିଷକେ ପାସୋରିଦେଲ ପୁରୁଣା ଦିନ ସବୁ

ମାଆ ତୁମ ନଖାଇ ନପିଇ

ଦେଉଥିଲା ମନ ଭରି ଆହାର

ବୁଢ଼ା ବାପା ତୁମ ଖଟୁଥିଲା ଦିନରାତି

ହାଡ଼ଭାଙ୍ଗି ଯାଉଥିଲା ତାର

ଖରା, ବରଷାକୁ ନଥିଲା ଟିକେ ଵି ଡର

ତୁମ ମାଟି ଗାଁ ପାଣି, ପବନରେ

ଲାଗିଛ କେତେ ଯେ ଋଣ

ଜାଣିନ କି ସୁଝି ପାରିବନି କେବେ

ନିଅ ପଛେ ତୁମେ ଶହେ ଜନମ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract