ଶ୍ରେୟ
ଶ୍ରେୟ
ଯାଇଛି କିଛି ହଜି ଗୋ ସଙ୍ଗାତ
ବୋହିଛି କିଛି ଟା ଲୁହ,
ତଥାପି ହସୁଛି ବଞ୍ଚିବା ପାଇଁ କି
ବଞ୍ଚିବାର ଅଛି ମୋହ।
ପାଇଛି ଅନେକ କ୍ଷତ ଏ ହୃଦୟେ
ଆସିଛି ଅନେକ ଝଡ,
ତଥାପି ଦମ୍ଭ ରେ ଠିଆ ହୋଇଛି ମୁଁ
ଲେଉଟାଇ ନାହିଁ କଡ।
ହଜିଛି ଅନେକ ସ୍ମୃତି ଏ ଜୀବନେ
ରଖିଛି ସ୍ମୃତି ରୁ ଖିଏ,
ବେଳ ଅବେଳ ରେ ଝଲକାଏ ଆସି
ମୃଦୁ ପବନ ରେ ବହେ।
ଅଲିଭା ଦାଗ ତ ଅନେକ ଅଛି ଗୋ
ଆବେଗ ରେ ଢାଙ୍କି ରଖେ,
ଜୀବନ ବହି ଟା ଅସଜଡା ପୃଷ୍ଠା
କେରୀ କେରୀ କରି ଦେଖେ।
ବଡ଼ ନୁହଁ ଜମା ଅତିଶୟ ଛୋଟ
ତଥାପି ନାହିଁ ମୋ ଭୟ,
ମହାଦ୍ରୁମ ହୋଇ ପାରିବି ତ ନାହିଁ
ଦୁବଘାସ ହେଲେ ଶ୍ରେୟ।