STORYMIRROR

Dharitri Das

Tragedy

3  

Dharitri Das

Tragedy

ଶ୍ରଦ୍ଧା ସୁମନ

ଶ୍ରଦ୍ଧା ସୁମନ

1 min
208


ପ୍ରାଣୀର ଭଲ ମନ୍ଦ ବାଣୀ

ମରଣ କାଳେ ତାହା ଜାଣି।

ମନୋଜ ଦାସ ଇହଲୀଳା

ଏକଥା ପ୍ରମାଣ କରିଲା।

ସଭିଙ୍କ ମୁଖେ ତାଙ୍କ କଥା

ଗାଆନ୍ତି ସର୍ବେ ଗୁଣ ଗାଥା।

ସର୍ବେ ବୋଲନ୍ତି ପ୍ରିୟ ସ୍ରଷ୍ଟା

ବିନ୍ଧାଣି ମଧ୍ୟେ ଦିବ୍ୟ ଦ୍ରଷ୍ଟା।

ସାହିତ୍ୟ କ୍ଷେତ୍ରେ ବିଶ୍ୱକର୍ମା

କବିଙ୍କ ମଧ୍ୟେ ଯୋଗଜନ୍ମା।

କଳ୍ପନା ବାସ୍ତବତା ଆଣେ

ଶବ୍ଦର ଚତୁରତା ଜାଣେ।

ଶାସ୍ତ୍ର କଥନେ ଦକ୍ଷ ସେହି

କର୍ମେ ପ୍ରାଧାନ୍ୟ ଦେଇଥାଇ।

କଳା ନିପୁଣ ସ୍ରଷ୍ଟା ବୋଲି

ଜଗତ ଘୋଷେ ମୁଖ ଖୋଲି।

ତାଙ୍କ ରଚନା କାଳଜୟୀ

ସାହିତ୍ୟ କ୍ଷେତ୍ରେ ସେ ବିଜୟୀ।

ତାଙ୍କରି ପାଦେ ଶତ ଶତ

ପ୍ରଣତି ଢାଳେ ଏ ଜଗତ।

ବିଶ୍ୱେ ଅମର ସେହି ଏକା

ଜଗତେ ହୁଏ ଆଗ ଡକା।

ସେହି ଅମର ଆତ୍ମା ପଦେ

ଶ୍ରଦ୍ଧା ସୁମନ ଦେଇ ବନ୍ଦେ।



Rate this content
Log in

Similar oriya poem from Tragedy