ଶ୍ରଦ୍ଧା ଓ ସବୁରୀ ର ମହତ୍ତ୍ୱ
ଶ୍ରଦ୍ଧା ଓ ସବୁରୀ ର ମହତ୍ତ୍ୱ
ଜ୍ଞାନୀ, ଗୁଣୀ ହେଲେ ମଧ୍ୟ କ୍ରୋଧର ଅଧିନ ଯିଏ,
ଶ୍ରଦ୍ଧାର ଅଭାବେ, ପଶୁଠାରୁ ହୀନ ହୋଇଥାଏ ।
କେବଳ ଦୁଇଟି ମନ୍ତ୍ର ସର୍ବଶ୍ରେଷ୍ଠ ଜୀବନ ଭିତରେ
ଶ୍ରଦ୍ଧା ଓ ସବୁରୀ"" ଜାଣିବା ଆମ ମନ ମଧ୍ୟରେ ।
""ଶ୍ରଦ୍ଧା"" ର ଅର୍ଥ ସବୁ ମନୁଷ୍ୟଙ୍କୁ ଭଲ ପାଇବା
""ସବୁରୀ"" ର ଅର୍ଥ ଆମେ ଧୈର୍ଯ୍ୟବାନ ହେବା ।
ଶ୍ରଦ୍ଧା ଥିଲେ, ରହଇ ସମ୍ପର୍କ ପ୍ରତି ମଣିଷ ମଧ୍ୟରେ,
ସମୟ ବଦଳି ଥାଏ ସୁଖର ସୂରୁଜ ଉଏଁ ମନରେ ।
ଦିଅନ୍ତିନି ଧରାଛୁଆଁ ଯେବେ ଆସେ ଦୁଃଖର କୁହୁଡି
ସୂରୁଜ ଉଇଁଲେ ସବୁ ଆସି ଦୂଆରେ ଲଗାନ୍ତି ଧାଡି।
ତେଣୁ ଧନ, ଜନ, କ୍ଷମତା, ଆଭିଜାତ୍ୟ ବନ୍ଧୁ ନୁହଁନ୍ତି
ଶ୍ରଦ୍ଧା ବିନା କୌଣସି ବ୍ୟକ୍ତି ପ୍ରକୃତରେ ସମ୍ପନ୍ନ ନୁହଁନ୍ତି ।
ନୀତି,ନୈତିକତା ଓ ବ୍ୟକ୍ତିତ୍ୱ ଥିବା ସବୁ ବ୍ୟକ୍ତିଙ୍କୁ
ବାସ୍ତବିକ ଆଭିଜାତ୍ୟ ସମ୍ପନ୍ନ, ଶ୍ରଦ୍ଧାର ଭାଜନ ଙ୍କୁ।
ଶ୍ରଦ୍ଧାବିହୀନ ଅବିଶ୍ୱାସୀ ଖୋଜେ ହଜାରେ ପ୍ରମାଣ,
ଶ୍ରଦ୍ଧାବାନ ମଣିଷ, ବିଶ୍ୱାସୀ ଖୋଜଇ ସୁନ୍ଦର ମନ।
ଶ୍ରଦ୍ଧାବିହୀନ ମଣିଷ ବିଶ୍ୱାସରେ ଯିଏ ବିଷ ଦିଏ
ନୁହେଁ ମନୁଷ୍ୟ ପଦବାର୍ଯ୍ୟ ପଶୁଠାରୁ ହୀନ ହୁଏ ।
ମନେ ରଖିବା ସମସ୍ତେ, ଆମେ ସମୟର ଖେଳନା
ଆମେ ଖେଳୁଛେ ଚକା ଭଉଁରୀ, ସମସ୍ତଙ୍କୁ ଜଣା ।
ସମୟ କାହାକୁ କା ସାଥେ ମିଶାଏ, ଦିନେ ମିଶାଏ,
ପୁଣି କିଏ କହିବ କେବେ ସେ ପୁଣି ଦୂର କରି ଦିଏ
