STORYMIRROR

ସନାତନ ଦାସ

Fantasy

4  

ସନାତନ ଦାସ

Fantasy

ଶ୍ରାବଣୀ

ଶ୍ରାବଣୀ

1 min
409

ମୁଁ ଶ୍ରାବଣୀ,

ଭସା ବାଦଲରେ ଉଡି ବୁଲେ

ଦିଗହିନ ହୋଇ,

ଅସରନ୍ତି ଆଶା ନେଇ ।


ଝରିପଡେ କେଉଁ ଏକ ଦୁର୍ବଳ ମୁହୂର୍ତ୍ତେ,

ସବୁଜ ବନାନୀରେ, ଅବା

ବନ୍ଧୁର ଭୂମିରେ

ଆପ୍ୟାୟିତ କରି ତୁର୍ଷାତ୍ତ ଶୁଷ୍କ ଭୂମିକୁ,

ଅଙ୍କୁରଉଦ୍ଗମ କରି ନୂତନ ଜୀବନର।


ତଥାପି ଅଭିଶପ୍ତ ମୁଁ, ନିଃସଙ୍ଗ ନିପିଡ଼ିତ,

କେଉଁ ଏକ ବଳଶାଳୀର ପ୍ରଭାବରେ

ଯାଯାବର ଜୀବନ ମୋର,

ନାହିଁ ମୋର ସ୍ଥାୟୀ ଠିକଣା।


ଲୁହ ଢାଳି ଭିଜେଇଦେଲେ ବି

ଅନ୍ତର ବେଦନା ଗୁମୁରି ଗୁମୁରି କାନ୍ଦୁଛି,

ଅସହାୟ, ନିଷ୍ପେସିତ ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy