ଶ୍ରାବଣୀ ପରଶେ
ଶ୍ରାବଣୀ ପରଶେ
ଶ୍ରାବଣୀ ପରଶେ ଭିଜା ଭିଜା ତନୁ
ଖୁସିରେ ଉତ୍ଫୁଲ୍ଲ ହୁଏ ,
ବଣମଲ୍ଲୀ ସାଥେ ଅନେକ ବଲ୍ଲରୀ
ସୁଗନ୍ଧେ ଦୋହୋଲୁ ଥାଏ ।
ବେଙ୍ଗ ବେଙ୍ଗୁଲିଙ୍କ ଶବଦରେ ପୁଣି
ଝିଙ୍କାରି’ର ଝିଁ ,ଝିଁ ତାନେ ,
ବରଷାରେ ଭିଜା ମାଟିର ଦେହରୁ
ସୁଗନ୍ଧ ମହକେ ବନେ।
ବରଷାରେ ଓଦା ଛାତି ତଳେ ଆଜି
ଶୀତଳ ଝରଣା ବହେ,
ଏବେ ମୁଁ ବୁଝୁଛି ଏ ମନ କାହିଁକି
ବରଷାକୁ ଖୋଜୁଥାଏ ।
ବରଷାର ଏଇ ନବ ଶିହରଣେ
ସବୁ କଷଣକୁ ଭୁଲି ,
ହଜାଇ ନିଜକୁ ପ୍ରକୃତି କୋଳରେ
ସାଉଁଟିଲି ସ୍ମୃତି ଖାଲି ।