ଶ୍ରାବଣୀ ଗୋ
ଶ୍ରାବଣୀ ଗୋ
ଶ୍ରାବଣୀ ଗୋ ତୁମ ରାଗ ରଙ୍ଗେ ରଙ୍ଗା
ଧରା ତରଣୀ ସରଣୀ ସାଗର
ଅନୁଭବ ଭାବ ଆମୋଦ ଆହ୍ଲାଦ
ଅନୁରାଗ ବୋଳା ସାଜ ସୃଙ୍ଗାର।
ଶ୍ରାବଣୀ ଗୋ...
ପରସେ ହରସେ ରୂପସୀ ସରସି
ନବୀନ ଯୌବନା ଯୁବା ଜୁଆର
ପ୍ରେମ ଆଲିଙ୍ଗନେ ଘେରି ଘାରେ ଭ୍ରମେ
ଅଙ୍ଗେ ଅଙ୍ଗେ ଅନଙ୍ଗର ଶିତ୍କାର
ଉତ୍ତାଳ ତରଙ୍ଗା କୁଚ ଉଚ୍ଚ ଶୋଭା
ଭ୍ରମରୀ ଭ୍ରମେ ନାଭିକା ଗଭୀର।
ଶ୍ରାବଣୀ ଗୋ.......
ଅଙ୍ଗଚ୍ୟୁତ ବାସ ତୀବ୍ର ଗତି ତ୍ରାସ
ଅଟକେ ପଥ କଣ୍ଟକ ଆକଟେ
ଅଟକା ଗତି କି ଝଟକା ପ୍ରୀତି କି
ଅବଲୋକେ ବକ୍ରଗୀବା ଛଟକେ
ପୁଣି ବେଗବତୀ ଅରପି ସମ୍ମତି
ଅଗ୍ରସରେ ମାରେ ମାର ପ୍ରଖର।
ଶ୍ରାବଣୀ ଗୋ......
ତଵ ରୂପ ରଙ୍ଗ ଫେନୀଳ ତରଙ୍ଗ
ଅତି ମତୁଆଲା ପ୍ରୀତି ପ୍ରବଳା
ଅବା ସୋମରସ ପାତ୍ର ଅବଶେଷ
ନିଶ୍ୱ ନିଗିଡ଼ା ପିଆଲା ଉଛୁଳା
ନିସା ପରସା ମୁଖ ଶିରୀ ଧରି କି
ଯାଅ ଅପସରି ହୋଇ ନିଷ୍ଠୁର।
ଶ୍ରାବଣୀ ଗୋ......
ଲୋମେ ଲୋମେ ଲେପି ପ୍ରୀତି ଅନୁଭୁତି
ଚିତ୍ରଲିପି ଲୀହି ଛାତି କତିରେ
ମୋହି ମତି ଅତି ପ୍ରୀତି ତାତି ଥାପି
ଆବେଗ ପ୍ରବାହ ବାହୀ ରୀତିରେ
ରଚିଯିବା ଚୀର କାଳ କଳୁଥିବ
କାଳ ପ୍ରୀତି ଗତି କେତେ ପ୍ରଖର।
ଶ୍ରାବଣୀ ଗୋ.....
