ଶ୍ରାବଣ
ଶ୍ରାବଣ
ଶ୍ରାବଣ ନେଇଆ ବରଷାରାଣୀ
ଭାରି ଅଭିମାନିନୀ ସେ ମେଘରାଣୀ
ଭିଜାଇଦେ ଦେଇ କୈବଲ୍ୟ ତୋରାଣୀ
କୋଉଠି କରୁଛି ବର୍ଷା ମନମାନୀ l
କୋଉଠି ଟାଙ୍ଗରା ଭୂଇଁ ଅସହଣୀ
ମେଘ ସଵାରୀରେ ଆ ବର୍ଷାରାଣୀ
କଳା ବଉଦ ତୋ ଲମ୍ବା ବେଣୀ
କଳା ଘୁମର ତୋ କଳା ଓଢଣୀ l
ପିନ୍ଧି ମେଘାମ୍ବରୀ ଶାଢ଼ୀ ଆ ଧରଣୀ
ଡାକେ ହାତ ଠାରି ମାଟି ମାଆ ପୁଣି
ଶ୍ରାବଣ ଆସିଲେ ଶାବଣୀ ଅଜାଡିବ ପାଣି
ଫୁଟିବ ଫୁଲ ନଈର ମୂଲ ହେବ ଉଜାଣି l
ବରଷକେ ଥରେ ଆସି ଶ୍ରାବାଣୀ
ସବୁଜିମା ଭାରେ ଭରି ଧରଣୀରାଣୀ
ମୟୁର ଆତୁର ଚାତକ ଅସ୍ଥିର ଉଛୁର ହେଲାଣି
କଦମ୍ବ ବଣରେ ରାଧା ଧୋଇବ ପାଦେ l
ବରଷାରେ ଭରି ଯମୁନା ପାଣି
ତୁଷାର୍ତ୍ତ ପଥିକ ପିଇବ ସ୍ୱଚ୍ଛ ପାଣି
ପଶୁ ପକ୍ଷୀମାନେ ତତେ ଚାହିଁ ଶୋଇଗଲେଣି
ଘଡ଼ଘଡି ଡାକେ ବିଜୁଳି ଆଲୋକେ ଉଠିବେ ପୁଣି
ଅତିରୁ ଇତି ହେବାକୁ ଦେଏନି ମେଘୁଆରାଣୀ l
ଅଳ୍ପ ବର୍ଷିଲେ ମରୁଡି ଜାଣି
ବହୁତ ବର୍ଷିଲେ ବନ୍ୟା ପୁଣି
ଦେଖାନା ବରଷା ମେଘରରାଣୀ ତୋ ମନମାନୀ
ନଆସି ଲୋକହସା ଆସିଲେ ବରଷି ଯିବୁନି
କରି ମନମାନୀ ଦୁଷ୍ଟାମି ତୋହର ଦେଖେଇବୁନି l
ଜଗନ୍ନାଥଙ୍କ ତୁ ଡାହାଣ ହାତ
ମହାପ୍ରସାଦରେ ମନ ବହୁତ
ଲଷ୍ମୀ ମାଆ ରା଼ନ୍ଧିବେ ଷାଠିଏ ପଉଟି ପାଇ ପାଣି
କବଲ୍ୟ ବାସିବ ହେବ ଯେତେ ଟଙ୍କ ତୋରାଣୀ
ଖାଇବୁରେ ବର୍ଷା ମେଣ୍ଟିବ ତୃଷା ଲୁଚିଯାଆନି l
