STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଶ୍ରାବଣ

ଶ୍ରାବଣ

1 min
133


ଶ୍ରାବଣ ନେଇଆ ବରଷାରାଣୀ

ଭାରି ଅଭିମାନିନୀ ସେ ମେଘରାଣୀ

ଭିଜାଇଦେ ଦେଇ କୈବଲ୍ୟ ତୋରାଣୀ

କୋଉଠି କରୁଛି ବର୍ଷା ମନମାନୀ l


କୋଉଠି ଟାଙ୍ଗରା ଭୂଇଁ ଅସହଣୀ

ମେଘ ସଵାରୀରେ ଆ ବର୍ଷାରାଣୀ

କଳା ବଉଦ ତୋ ଲମ୍ବା ବେଣୀ

କଳା ଘୁମର ତୋ କଳା ଓଢଣୀ l


ପିନ୍ଧି ମେଘାମ୍ବରୀ ଶାଢ଼ୀ ଆ ଧରଣୀ

ଡାକେ ହାତ ଠାରି ମାଟି ମାଆ ପୁଣି

ଶ୍ରାବଣ ଆସିଲେ ଶାବଣୀ ଅଜାଡିବ ପାଣି

ଫୁଟିବ ଫୁଲ ନଈର ମୂଲ ହେବ ଉଜାଣି l


ବରଷକେ ଥରେ ଆସି ଶ୍ରାବାଣୀ

ସବୁଜିମା ଭାରେ ଭରି ଧରଣୀରାଣୀ

ମୟୁର ଆତୁର ଚାତକ ଅସ୍ଥିର ଉଛୁର ହେଲାଣି

କଦମ୍ବ ବଣରେ ରାଧା ଧୋଇବ ପାଦେ l


ବରଷାରେ ଭରି ଯମୁନା ପାଣି

ତୁଷାର୍ତ୍ତ ପଥିକ ପିଇବ ସ୍ୱଚ୍ଛ ପାଣି

ପଶୁ ପକ୍ଷୀମାନେ ତତେ ଚାହିଁ ଶୋଇଗଲେଣି

ଘଡ଼ଘଡି ଡାକେ ବିଜୁଳି ଆଲୋକେ ଉଠିବେ ପୁଣି

ଅତିରୁ ଇତି ହେବାକୁ ଦେଏନି ମେଘୁଆରାଣୀ l


ଅଳ୍ପ ବର୍ଷିଲେ ମରୁଡି ଜାଣି

ବହୁତ ବର୍ଷିଲେ ବନ୍ୟା ପୁଣି

ଦେଖାନା ବରଷା ମେଘରରାଣୀ ତୋ ମନମାନୀ

ନଆସି ଲୋକହସା ଆସିଲେ ବରଷି ଯିବୁନି

କରି ମନମାନୀ ଦୁଷ୍ଟାମି ତୋହର ଦେଖେଇବୁନି l


ଜଗନ୍ନାଥଙ୍କ ତୁ ଡାହାଣ ହାତ

ମହାପ୍ରସାଦରେ ମନ ବହୁତ

ଲଷ୍ମୀ ମାଆ ରା଼ନ୍ଧିବେ ଷାଠିଏ ପଉଟି ପାଇ ପାଣି

କବଲ୍ୟ ବାସିବ ହେବ ଯେତେ ଟଙ୍କ ତୋରାଣୀ

ଖାଇବୁରେ ବର୍ଷା ମେଣ୍ଟିବ ତୃଷା ଲୁଚିଯାଆନି l


Rate this content
Log in

Similar oriya poem from Abstract