Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Others

3  

Nrusingha Narayan Tripathy

Classics Others

ଶ୍ରାବଣ

ଶ୍ରାବଣ

1 min
133



ଆଷାଢ଼ ଶ୍ରାବଣ ବର୍ଷାର କାଳ

ଶ୍ରାବଣର ଧାରା ବର୍ଷେ ମୂଷଳ

ଚତୁର୍ଦ୍ଦିଗେ ଦେଖ ଉତ୍ତାଳ ଜଳ

ଜୀବନ ଜୀବିକା ଚଳ ଚଞ୍ଚଳ ll


କୃଷକ କରଇ ଚାଷ ଫସଲ

ଦେଖିଲେ ହରଷ ଜମିରେ ଜଳ

ସବୁଜ ରଙ୍ଗରେ ପ୍ରକୃତି କୋଳ

ସଜାଇ ଦିଏଟି କରି ମଙ୍ଗଳ ll


ଗାଆଁର ଦାଣ୍ଡରେ ପିଲାଙ୍କ ମେଳ

କାଗଜ ଡ଼ଙ୍ଗାରେ ତାଙ୍କରି ଖେଳ

ମୟୂର ନାଚଇ ଦେଖି ବାଦଲ

କଳା ବାଦଲଟି ଢାଳଇ ଜଳ ll


ଶ୍ରାବଣ ମାସରେ ତରାଟ ଫୁଲ

ଆନନ୍ଦେ ହସଇ ରଙ୍ଗ ଧବଳ

ଧବଳ ରଙ୍ଗରେ ଭସା ବାଦଲ

ପର୍ବତ ଦେଶରେ ଅଜାଡ଼େ ଜଳ ll


କାଉଡି ଭାଇର ଭାରରେ ଜଳ

ତୀର୍ଥର ସ୍ଥାନରୁ କରେ ଉତ୍ତୋଳ 

ସୋମବାର ଦିନ ଶୁଭ ସକାଳ

ଶିବଙ୍କ ମୁଣ୍ଡରେ ଢାଳେ ସେ ଜଳ ll


ଶ୍ରାବଣେ ବରଷା ନହେଲେ କାଳ

ମରୁଡି ପଡିବ ନ ପାଇ ଜଳ

ବରଷା ହୋଇଲେ ଜାଣ ପ୍ରବଳ

ବନ୍ୟାରେ ଧୋଇବ ସବୁ ଫସଲ ll



Rate this content
Log in

Similar oriya poem from Classics